ଓଡ଼ିଶା ପୋଲିସ ଡିଜିଙ୍କ ସୂଚନା: ଏଣିକି ସମସ୍ତ ପୋଲିସଙ୍କୁ ଫିଟ ରହିବାକୁ ନିର୍ଦ୍ଧେଶ

ଶବ୍ଦମିଡ଼ିଆ ବ୍ୟୁରୋ:ଆଜି ପୋଲିସ ଡିଜିଙ୍କ ଓଡିଶା ପୋଲିସ କର୍ମଚାରୀଙ୍କ ପାଇଁ ଏକ ବଡ଼ ସୂଚନା ଦେଇଛନ୍ତି।ପୋଲିସ ବାବୁଙ୍କୁ ଫିଟ୍‌ ରହିବାକୁ ନିର୍ଦ୍ଦେଶାନାମା ଜାରି କରିଛନ୍ତି। ପୋଲିସ କର୍ମଚାରୀଙ୍କୁ ଫିଟ୍‌ ରହିବାକୁ ନିର୍ଦ୍ଦେଶନାମା ଜାରି କରିଛି ଓଡିଶା ପୋଲିସ । ଡିଜି କ୍ୟାମ୍ପ ଅଫିସରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ ।ସେ ଆହୁରି ମଧ୍ୟ କହିଛନ୍ତି ଯେ, ମାନସିକ ଓ ଶାରିରୀକ ସୁସ୍ଥତା ପାଇଁ ଡ୍ରିଲ୍‌ କରିବେ ।ଏହାବ୍ୟତୀତ ମାସକୁ ଅତିକମ୍‌ରେ ୨୪ ଦିନ ବ୍ୟାୟାମ୍‌ କରିବେ ବୋଲି ଡିଜି କହିଛନ୍ତି । ସବୁ ପୋଲିସ ଅଫିସରଙ୍କ ଓଜନ ରେକର୍ଡ କରାଯିବ । ମାଦକ ଦ୍ରବ୍ୟରୁ ଦୂରେଇ ରହିବାକୁ ପରାମର୍ଶ । ଏନେଇ ଭୁବନେଶ୍ବର ୟୁପିଡ଼ି ପକ୍ଷରୁ ଏକ ନିର୍ଦ୍ଦେଶାନାମା ଜାରି କରାଯାଇଛି । ଯେଉଁଥିରେ APR, DPO, CP ମୁଖ୍ୟାଳୟ, ଟିମ୍ ୬୦, OSAP ମୋବାଇଲାଇଜଡ୍ ଫୋର୍ସ ସହିତ ସଂଯୁକ୍ତ ଥିବା UPD ଭୁବନେଶ୍ବରର ସମସ୍ତ ପୋଲିସ୍ କର୍ମଚାରୀ ମାନେ ଏହି ନିୟମ ମାନିବା ପାଇଁ କୁହାଯାଇଛି ।

You May Also Like

More From Author

+ There are no comments

Add yours