ଆଜି ଓଡ଼ିଶା ଆସୁଛନ୍ତି ଭାରତୀୟ ପୂର୍ବତନ କ୍ରିକେଟର ସୁରେଶ ରାଇନା ଓ ପ୍ରଜ୍ଞାନ ଓଝା

ଶବ୍ଦମିଡ଼ିଆ ବ୍ୟୁରୋ:ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ସୁରେଶ ରାଇନା ଏବଂ ପ୍ରଜ୍ଞାନ ଓଝା ଆଜି କଟକ ଆସିବେ। ଗୁରୁଡିଝାଟିଆର କପୁରସିଂହ ଖେଳ ପଡ଼ିଆରେ ଏମଜିଏମ ସ୍କୁଲ ଅଫ ସ୍ପୋଟର୍‌ସ ଆଣ୍ଡ ସେର ଅଫ ଏକ୍ସିଲେନ୍ସ ଫର କ୍ରିକେଟ ଏକାଡେମୀ ଉଦ୍‌ଘାଟିତ ହେବ। ରାଇନା ସ୍ବତନ୍ତ୍ର ଅତିଥି ଭାବେ ଯୋଗ ଦେଇ ଉକ୍ତ ଏକାଡେମୀକୁ ଉଦ୍‌ଘାଟନ କରିବେ।ଆଜି ୨.୩୦ ସମୟରେ ଏହା ଉଦଘାଟିତ ହେବ।ପ୍ରଜ୍ଞାନ ଅନ୍ୟତମ ଅତିଥି ଭାବେ ଯୋଗଦେବେ। ଉଦ୍‌ଘାଟନୀ ଉତ୍ସବରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା, ଓଡ଼ିଶା କ୍ରିକେଟ ଆସୋସିଏଶନ ସଭାପତି ପ୍ରଣବ ପ୍ରକାଶ ଦାସ, ସମ୍ପାଦକ ସଞ୍ଜୟ ବେହେରା ଓ ବରିଷ୍ଠ କ୍ରୀଡ଼ା ସଙ୍ଗଠକ ଆଶୀର୍ବାଦ ବେହେରା ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ପ୍ରକାଶ ଯୋଗ୍ୟ, କଟକରେ ପ୍ରଥମଥର ନିମନ୍ତେ ଏଭଳି ଏକ କ୍ରିକେଟ ଏକାଡେମୀ ଆରମ୍ଭ ହେବାକୁ ଯାଉଛି। ଏହି ଏକାଡେମୀର ଅଧ୍ୟକ୍ଷ ହେଉଛନ୍ତି ଓସିଏର ଉପସଭାପତି ପଙ୍କଜ ଲୋଚନ ମହାନ୍ତି।

You May Also Like

More From Author

+ There are no comments

Add yours