ଲଗାତାର ଚତୁର୍ଥଦିନରେ ଦିଲ୍ଲୀ ସ୍ଥିତ ମହରୋଲି ଠାରେ ଜବରଦଖଲ ଉଚ୍ଛେଦ ଜାରି

ଶବ୍ଦମିଡ଼ିଆ ବ୍ୟୁରୋ:ଦିଲ୍ଲୀ:ଆଜି ଦିଲ୍ଲୀସ୍ଥିତ ମହରୋଲି ଠାରେ ଡିଡିଏ ଦ୍ୱାରା ଜବରଦଖଲ ଉଚ୍ଛେଦ ଚତୁର୍ଥ ଦିନରେ ପହଞ୍ଚିଛି।ମହରୋଲି ବସ ଷ୍ଟାଣ୍ଡକୁ ଭାଙ୍ଗିଦିଆଯାଇଛି।ମହରୋଲିସ୍ଥିତ ଭୁଲ ଭୁଲୟା ଠାରେ ଦୋକାନ ବଜାର ଭଙ୍ଗାଯିବା ସହିତ ସେଠାରୁ ଉଚ୍ଛେଦ ହୋଇଛି।ଅନେକ ବର୍ଷ ହେଲା ଲୋକମାନେ ଏଠାରେ ରହିଆସୁଥିଲେ,ଏଭଳି ଉଚ୍ଛେଦ ରୋକିବା ପାଇଁ ଡିଡ଼ିଏ ଅଧିକାରୀଙ୍କୁ ଲୋକମାନେ ଅନୁରୋଧ କରିଛନ୍ତି।ଏହା ସତ୍ଵେ ମଧ୍ୟ ମହରୋଲି ଠାରେ ଥିବା ବସ ଷ୍ଟାଣ୍ଡ ଠାରେ ଉଚ୍ଛେଦ କରାଯିବା ସହ୧ ୱାର୍ଡ ସଂଖ୍ୟା ଡିଡିଏର ଉଚ୍ଛେଦ ଜାରି ରହିଛି।ଯେଉଁଲୋକମାନଙ୍କର ଘର ଏବଂ ଦୋକାନ ଭାଙ୍ଗି ଦିଆଯାଇଛି ସେମାନେ କହିଛନ୍ତି ଯେ ଅନେକ ବର୍ଷ ହେ ସେମାନେ ଏଠାରେ ରହିଆସୁଛନ୍ତି। ଆମ ମାନଙ୍କର ପିଲାଦିନ ଏହିଠାରେ ବିତିଛି।ଆମେମାନେ ଅନେକ ଲୋକମାନଙ୍କର ସେବା କରିଛୁ ଏବଂ ଆମେ ମାନେ ଶିଖ ସମ୍ପ୍ରଦାୟ ଅଟୁ।ଏହାପରେବି ମଧ୍ୟ ଆଜି ଆମର ଘରକୁ ଭାଙ୍ଗି ଦିଆଯାଇଛି।କେହି ଆମମାନଙ୍କର କଥା ଶୁଣୁନାହାନ୍ତି।ଯେତେବେଳେକି ଆମର ପିତା ମାତା ଘର ପରିବାର ସମସ୍ତେ ଅଛନ୍ତି।ଏହା ପରେ ବି ମଧ୍ୟ ଉଚ୍ଛେଦ କରିବା ପୂର୍ବରୁ ଡ଼ିଡିଏ ଅଧିକାରୀ ଆମକୁ ସମୟ ଦେଲେ ନାହିଁ ଯେତେବେଳେ ଏହି ପ୍ରସଙ୍ଗ ନେଇ କୋର୍ଟରେ କେସ ଜାରି ରହିଛି ଅନ୍ୟପଟେ ଅଧିକାରୀମାନେ କୌଣସି କଥା ନଶୁଣି ଉଚ୍ଛେଦ ଜାରି ରଖିଛନ୍ତି।ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଆଜି ଯେଉଁଲୋକମାନଙ୍କର ଘର ଭାଙ୍ଗି ଦିଆଯାଇଛି। ଏହା ଅତ୍ୟନ୍ତ ନିଷ୍ଠୁର ଭୁଲ କାମ କରାଯାଇଛି ବୋଲି କୁହାଯାଇଛି।କାହିଁକି ନା ବହୁତ କଷ୍ଟରେ ସେହିଲୋକମାନେ ଏଠାରେ ଘର ନିର୍ମାଣ କରିଥିଲେ।ସବୁଠାରୁ ବିଡମ୍ବନାର ବିଷୟ ଯେ ସେମାନେ ଅନେକ ବର୍ଷ ହେବ ଏଠାରେ ରହିଆସୁଥିଲେ।ହେଲେ ହଟାତ ଡିଡିଏ ଦ୍ବାରା ଏହି ବସ୍ତି ଏବଂ ସମସ୍ତ ଘରକୁ ଉଚ୍ଛେଦ କରାଯାଇଛି।ଲୋକମାନଙ୍କର ଏଠାରେ ଦୋକାନ ସଂସ୍ଥାନ ରହିଥିଲା ସେମାନେ ଏଠାରୁ ନିଜକୁ ଭରଣ ପୋଷଣ କରୁଥିଲେ। ପରିବାରକୁ ପ୍ରତିପୋଷଣ କରୁଥିଲେ।କିଛି ବୁଝିବା ଆଗରୁ ହଟାତ ଡିଡିଏ ଅଧିକାରୀଙ୍କ ଦ୍ବାରା ବୁଲ ଡୋଜର ସାହାଯ୍ୟରେ ସବୁ କିଛି ଭାଙ୍ଗି ଦିଆଯାଇଥିଲା।

ଦିଲ୍ଲୀରୁ ଶବ୍ଦମିଡ଼ିଆ ରିପୋର୍ଟର—–ରାକେଶ ସୋନି।

You May Also Like

More From Author

+ There are no comments

Add yours