ସମାଧାନ ଯାତ୍ରାକୁ ନେଇ ନୀତୀଶଙ୍କୁ ଆରମ୍ଭ ହେଲା ‘ବିରୋଧ’

ଶବ୍ଦ ଓଡିଶା ବ୍ୟୁରୋ: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସମାଧାନ ଯାତ୍ରା ନେଇ ବିବାଦ ଆରମ୍ଭ ହୋଇଯାଇଛି । କଟିହାରରେ ମୁଖ୍ୟମନ୍ତ୍ରୀଙ୍କ ସହ ଭେଟ ନହେଇପାରିବାକୁ ନେଇ ବିବାଦ ଦେଖାଦେଇଛି । ଲୋକେ ରାସ୍ତାରେ ପ୍ରତିବାଦ କରିଛନ୍ତି । ଲୋକଙ୍କ ଅଭିଯୋଗ ରହିଥିଲା ଯେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଲୋକଙ୍କ ସହ ସାକ୍ଷାତ କରୁନାହାନ୍ତି । କିଛି ଦିନ ପୂର୍ବରୁ ନୀତୀଶ କୁମାରଙ୍କୁ ସାରଣ ଜିଲ୍ଲାରେ ଜଣେ ଯୁବକ କଳାପତାକା ପ୍ରଦର୍ଶନ କରିଥିଲେ । ନୀତୀଶ କାର୍ଯ୍ୟକ୍ରମ ସାରି ଫେରିବା ପରେ ତାଙ୍କ ସହର ଜୋଗିନିଆ କୋଠୀ ନିକଟରେ କଳା ପତାକା ପ୍ରଦର୍ଶନ କରାଯାଇଥିଲା । ପୋଲିସ ଯୁବକଙ୍କୁ ନିଜ ହେପାଜତକୁ ନେଇ ଯାଇଛି ।
ନୀତୀଶ କୁମାରଙ୍କ ସମାଧାନ ଯାତ୍ରା ଫେବ୍ରୁଆରୀ ୭ ଯାଏ ଜାରିରହିବ । ଯାତ୍ରାର ଶୁଭାରମ୍ଭ ପଶ୍ଚିମ ଚମ୍ପାରଣରୁ ଜାନୁଆରୀ ୫ରୁ ଶୁଭାରମ୍ଭ ହୋଇଥିଲା । ଯାତ୍ରା ସମୟରେ ନୀତୀଶ ଅଧିକାରୀଙ୍କ ସହ ବୈଠକ କରୁଛନ୍ତି । ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ।

You May Also Like

More From Author

+ There are no comments

Add yours