ସମାନତା ଦାବି କରିପାରିବେ ନାହିଁ ସ୍ୱେଚ୍ଛାକୃତ ଅବସର ନେଉଥିବା କର୍ମଚାରୀ : ସୁପ୍ରିମକୋର୍ଟ

ଶବ୍ଦ ଓଡିଶା ବ୍ୟୁରୋ: ସ୍ୱେଚ୍ଛାକୃତ ଅବସର ନେଉଥିବା କର୍ମଚାରୀଙ୍କ ପାଇଁ ସୁପ୍ରିମକୋର୍ଟ ବଡ ନିର୍ଦ୍ଦେଶ ଜାରି କରିଛନ୍ତି । ଅଦାଲତ କହିଛନ୍ତି, ଅବସର ତାରିଖ ପୂର୍ବରୁ ସ୍ୱେଚ୍ଛାକୃତ ଅବସର ନେଉଥିବା କର୍ମଚାରୀ ଏବଂ ସେବା ଶେଷ ପରେ ଅବସର ନେଉଥିବା କର୍ମଚାରୀଙ୍କୁ ସମାନ କରିବାକୁ ଦାବି କରିପାରିବେ ନାହିଁ । ଶୀର୍ଷ ଅଦାଲତ ମୁମ୍ବାଇ ହାଇକୋର୍ଟର ଏକ ନିଷ୍ପତ୍ତି ଉପରେ ରାୟ ଶୁଣାଇ ଏଭଳି ଟିପ୍ପଣୀ କରିଛନ୍ତି । ଆବେଦନକାରୀ ବେତନ କ୍ଷେତ୍ରରେ ଲାଭ ପାଇବା ପାଇଁ ଏଭଳି ଆବେଦନ କରିଥିଲେ ।
କୋର୍ଟଙ୍କ କହିବା କଥା ଯେ ମହାରାଷ୍ଟ୍ର ରାଜ୍ୟ ବିତ୍ତୀୟ ନିଗମର କର୍ମଚାରୀ ଅଲଗା ସ୍ଥିତିରେ ରହିଛନ୍ତି । ଯେଉଁମାନେ ସ୍ୱେଚ୍ଛାକୃତ ଅବସର ନେଇଛନ୍ତି ଆଉ ନିଜ ସେବାକୁ ଛାଡି ଦେଇଛନ୍ତି । କୋର୍ଟଙ୍କ କହିବା କଥା ଯେ ଭିଆରଏସ ନେଉଥିବା ଲୋକେ ଏହିଭଳି କର୍ମଚାରୀଙ୍କ ସହ ନିଜକୁ ସମାନ କରିପାରିବେ ନାହିଁ ଯେଉଁମାନେ ନିଜର ସମ୍ପୂର୍ଣ୍ଣ କାର୍ଯ୍ୟକାଳ ଶେଷ କରି ଅବସର ନେଉଛନ୍ତି । ଲଗାତର କାମକରୁଥିବା ଏବଂ ସମୟ ପୂର୍ବରୁ ଅବସର ନେଉଥିବା ବ୍ୟକ୍ତି ସମାନ ହୋଇପାରିବେ ନାହିଁ ।

You May Also Like

More From Author

+ There are no comments

Add yours