ପାକିସ୍ତାନକୁ ଋଣ ଦେବାକୁ ‘ଆଇଏମଏଫ’ର ନା

ଶବ୍ଦ ଓଡିଶା ବ୍ୟୁରୋ: କଙ୍ଗାଳ ହୋଇସାରିଛି ପାକିସ୍ତାନ । ଏହାରି ଭିତରେ ଆଉ ଏକ ଝଟକା ଦେଇଛି ଆଇଏମଏଫ । ଅନ୍ତରାଷ୍ଟ୍ରୀୟ ମୁଦ୍ରା ପାଣ୍ଠିରୁ ପାକିସ୍ତାନକୁ ଏହି ଝଟକା ଲାଗିଛି । ୫ ଶହ ଅରବର କରଜ ଦେବା ପାଇଁ ମନା କରିଦେଇଛି ଆଇଏମଏଫ । ସିଧାସଳଖ ଭାବେ ପାକିସ୍ତାନକୁ କୁହାଯାଇଛି ଯଦି ତୁମେ ଋଣ ଚାହୁଁଛ ତେବେ ଦେଶବାସୀଙ୍କୁ ଦେଉଥିବା ସବସିଡି ଶେଷ କରିଦିଅ । କେବଳ ଏତିକି ନୁହେଁ ବିଜୁଳୀର ଦର ୟୁନିଟ ପ୍ରତି ସାଢେ ୧୨ ଟଙ୍କା କରିବାକୁ ପରାମର୍ଶ ଦେଇଛି । ଏହି ସର୍ତ୍ତରେ ରାଜିହେଲେ ଆଇଏମଏଫ ଋଣ ଦେବା ପାଇଁ ପ୍ରସ୍ତୁତ ରହିଛି । ଆଉ ଏହି ସର୍ତ୍ତପୂରଣ କରିବା ପାକିସ୍ତାନ ପାଇଁ ଅସମ୍ଭବ ।

You May Also Like

More From Author

+ There are no comments

Add yours