Wed. Oct 14th, 2026

ଶବ୍ଦ ଓଡିଶା ବ୍ୟୁରୋ: ଆଜିଠାରୁ ଆରମ୍ଭ ହେଉଛି କେନ୍ଦ୍ରୀୟ ବଜେଟ୍ ଅଧିବେଶନ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଭୟ ଗୃହର ସଦସ୍ୟଙ୍କୁ ଉଦବୋଧନ ଦେବା ପରେ ଆରମ୍ଭ ହେବ ୨୦୨୩-୨୪ ଆର୍ଥକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ।

ଏଥର ବଜେଟ୍ ଅଧିବେଶନରେ ୨୭ଟି କାର୍ଯ୍ୟ ଦିବସ ଥିବା ବେଳେ ପ୍ରଥମ ପର୍ଯ୍ୟାୟ ଫେବୃୟାରୀ ୧୪ ତାରିଖ ପପର୍ଯ୍ୟନ୍ତ ଚାଲିବ । ସେହିପରି ଦ୍ୱିତୀୟ ଅଧିବେଶନ ମାର୍ଚ୍ଚ ୧୨ରୁ ଆରମ୍ଭ ହୋଇ ଏପ୍ରିଲ ୬ରେ ଶେଷ ହେବ ।

ଅଧିବେଶନରେ ସରକାର ବଜେଟ ସମେତ ୩ଟି ବିଲ୍‌ ଆଣିବା ପାଇଁ ଯୋଜନା ରଖିଛନ୍ତି। ଅଧିବେଶନ ଏପ୍ରିଲ ପର୍ଯ୍ୟନ୍ତ ହେବାକୁ ଥିବା ବେଳେ ମଝିରେ ବଜେଟ ପେପର ଯାଞ୍ଚ ଲାଗି ମାସେ ସମୟ ଅବକାଶ ରହିବ ।

Leave a Reply

Your email address will not be published. Required fields are marked *