ଜେଲ ଗଲେ ଗୋପାଳ ଦାସ : ଅରୁଣ ବୋଥ୍ରା କହିଲେ, ସତ ମାନିଛି ଗୋପାଳ

ଶବ୍ଦ ଓଡିଶା ବ୍ୟୁରୋ: ଜେଲ ଗଲେ ନବ ଦାସ ହତ୍ୟାକାଣ୍ଡର ଅଭିଯୁକ୍ତ ଗୋପାଳ ଦାସ । ଗୋପାଳ ଦାସଙ୍କୁ ଝାରୁସୁଗୁଡାର ଜେଏମଏଫସି କୋର୍ଟରେ ହାଜର କରାଯିବା ପରେ ବିଚାରବିଭାଗୀୟ ହାଜତକୁ ପଠାଇଦିଆଯାଇଛି । ସୋମବାର ରାତିରେ କଡା ସୁରକ୍ଷା ମଧ୍ୟରେ ଗୋପାଳଙ୍କୁ କୋର୍ଟରେ ହାଜର କରାଯାଇଥିଲା । ଅନ୍ୟପଟେ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ଓ ତାଙ୍କ ଟିମ୍ ଘଟଣା ସ୍ଥଳରେ କ୍ୟାମ୍ପ କରି ତଦନ୍ତକୁ ଆଗକୁ ବଢ଼ାଉଛନ୍ତି । ତଦନ୍ତ ବେଳେ ପ୍ରତ୍ୟକ୍ଷଦର୍ଶୀ ଓ ଅନ୍ୟ ଜଣେ ବ୍ୟକ୍ତିଙ୍କ ଠାରୁ ତଥ୍ୟ ସଂଗ୍ରହ କରାଯାଇଛି ।

ତଦନ୍ତକାରୀ ଟିମ୍ ଅଭିଯୁକ୍ତ ବ୍ୟବହାର କରିଥିବା ଗୋଟିଏ ୯ ଏମ୍ଏମ୍ ପିସ୍ତଲ ଓ ୩ ରାଉଣ୍ଡ ଅଫୁଟା ଗୁଳି, ଗୋଟିଏ ମୋବାଇଲ୍ ହ୍ୟାଣ୍ଡସେଟ୍ ଜବତ କରାଯାଇଛି । ବନ୍ଧୁକ ଓ ଗୁଳିକୁ ବାଲିଷ୍ଟିକ୍ ପରୀକ୍ଷା ପାଇଁ ପଠାଯାଇଛି । ଡିଏସପି ଶିଶିର ମିଶ୍ରଙ୍କ ନେତୃତ୍ୱରେ ଏକ ଟିମ୍ ଭୁବନେଶ୍ୱରରେ ତଦନ୍ତ ଆରମ୍ଭ କରିଛି । କ୍ୟାପିଟାଲ ହସ୍ପିଟାଲ୍ର ପୋଷ୍ଟ ମର୍ଟମ ରିପୋର୍ଟ ଓ ଏହାର ଭିଡିଓଗ୍ରାଫି ସଂଗ୍ରହ କରାଯିବ । ଅଭିଯୁକ୍ତର ଟ୍ରିଟମେଣ୍ଟ ରିପୋର୍ଟ ଓ ନବ ଦାସଙ୍କ ରକ୍ତ ଭିଜା ସାର୍ଟ ପରୀକ୍ଷା ପାଇଁ ପଠାଯାଇଛି । ଏଡିଜି ଅରୁଣ ବ୍ରୋଥା କହିଛନ୍ତି, ସତ ମାନିନେଇଛି ଅଭିଯୁକ୍ତ । ଅନ୍ୟପଟେ ହାଇକୋର୍ଟ ରେଜିଷ୍ଟ୍ରାରଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ସରକାର ।

You May Also Like

More From Author

+ There are no comments

Add yours