କ୍ରିକେଟକୁ ବାଏ ବାଏ କଲେ ଓଡିଆ ବୋଲର ବସନ୍ତ ମହାନ୍ତି

ଶବ୍ଦ ଓଡିଶା ବ୍ୟୁରୋ: କ୍ରିକେଟ ଦୁନିଆରେ ଏଭଳି ଅନେକ ଖେଳାଳୀ ଅଛନ୍ତି ଯେଉଁମାନଙ୍କ ଭାଗ୍ୟରେ ଦେଶ ପାଇଁ ଖେଳିବାର ଗୌରବ ରହିଛି । ଆଉ ଏହିଭଳି ଖେଳାଳି ଅଛନ୍ତି ଯେଉଁମାନେ ଘରୋଇ କ୍ରିକେଟରେ ଭଲ ପ୍ରଦର୍ଶନ କଲେ ସୁଦ୍ଧା ତାଙ୍କୁ ଦେଶ ପାଇଁ ଖେଳିବାର ସୁଯୋଗ ମିଳିପାରିନାହିଁ । ଏଭଳି କିଛି କାହାଣୀ ରହିଛି ଓଡିଶାର ଦ୍ରୁତ ବୋଲର ବସନ୍ତ ମହାନ୍ତିଙ୍କ କ୍ଷେତ୍ରରେ । ଘରୋଇ କ୍ରିକେଟରେ ଭଲ ପ୍ରଦର୍ଶନ ସତ୍ତ୍ୱେ ତାଙ୍କୁ ରାଷ୍ଟ୍ରୀୟସ୍ତରରେ ସୁଯୋଗ ମିଳିପାରିନାହିଁ । ନିକଟରେ ବେଙ୍ଗଲ ବିରୋଧରେ କ୍ୟାରିୟରର ଶେଷ ମ୍ୟାଚ ଖେଳି ସନ୍ୟାସ ଘୋଷଣା କରିଛନ୍ତି ।
ଚଳିତ ରଣଜୀ ଟ୍ରଫିରେ ଓଡିଶା ବେଙ୍ଗଲକୁ ୭ ୱିକେଟରେ ପରାସ୍ତ କରିଥିଲା । ଗ୍ରୁପ ପର‌୍ୟ୍ୟାୟରେ ଚାଲିଥିବା ଏହି ମ୍ୟାଚରେ ଓଡିଶାର ଏହି ଅଭିଜ୍ଞ ଏବଂ ଦ୍ୁତ ବୋଲର ବସନ୍ତ ମହାନ୍ତି ୩ଟି ସଫଳତା ପାଇଥିଲେ । ମନୋଜ ତିୱାରୀ, କରନ ଲାଲଙ୍କୁ ସେ ଆଉଟ କରିଥିଲେ । ତେବେ ସବୁଠାରୁ ଚର୍ଚ୍ଚାର ବିଷୟ ୨୦୦୭ରେ କ୍ୟାରିୟର ଆରମ୍ଭ କରିଥିବା ବସନ୍ତଙ୍କ କ୍ୟାରିୟରର ପ୍ରଥମ ୱିକେଟ ମନୋଜ ହିଁ ଥିଲେ ।
ବସନ୍ତ ମହାନ୍ତି ଓଡିଶା ପକ୍ଷରୁ ପ୍ରତିନିଧିତ୍ୱ କରି ୧୦୫ଟି ପ୍ରଥମ ଶ୍ରେଣୀ ମ୍ୟାଚ ଖେଳିଥିଲେ । ଏଥିରେ ସେ ମୋଟ ୪୦୩ଟି ସଫଳତା ହାସଲ କରିଥିଲେ । ପ୍ରଥମ ଶ୍ରେଣୀ ମ୍ୟାଚରେ ତାଙ୍କର ଇକନୋମି ୨.୨୮ ପ୍ରତିଶତ ଥିଲା । ୩୧ଟି ଲିଷ୍ଟ ଏ ମ୍ୟାଚ ଏବଂ ୨୧ ଟି-୨୦ରେ ସେ ଯଥାକ୍ରମେ ୪୩ ଏବଂ ୨୦ ଟି ସଫଳତା ପାଇଛନ୍ତି । କ୍ୟାରିୟର ଶେଷ ମ୍ୟାଚ ବେଙ୍ଗଲ ବିରୋଧରେ ଖେଳି ଥିବା ବେଳେ ଦଳ ତାଙ୍କୁ ବିଜୟ ସହ ବିଦାୟ ଦେଇଛି ।

You May Also Like

More From Author

+ There are no comments

Add yours