ଶବ୍ଦ ଓଡିଶା ବ୍ୟୁରୋ: ରାୟଗଡାରେ ଦେଖାଦେଉଛି ବ୍ୟାପକ ଟ୍ରାଫିକ ସମସ୍ୟା। ଗୁରୁବାର ଦିନ ମାଆ ମଝିଘରିଆଣୀ ମନ୍ଦିର ନିକଟସ୍ଥ ଝଞ୍ଜାବତୀ ପୋଲ ଉପରେ ଉଭୟ ପଟୁ ଟ୍ରାଫିକ ଜାମ ଦେଖାଦେଇଥିଲା । ଗୁରୁବାର ସାଧାରଣତନ୍ତ୍ର ଦିବସ ଯୋଗୁ ଅନେକ ସମୟ ଧରି ଏହିଭଳି ସମସ୍ୟା ଦେଖାଦେଇଥିଲା। ପରେ ପୋଲିସ ଆସି ରାସ୍ତାରୁ ଟ୍ରାଫିକ ସମସ୍ୟା ହଟାଇଥିଲା । ପ୍ରତ୍ୟେକ ଦିନ ଏହି ରାସ୍ତାରେ ଟ୍ରାଫିକ ସମସ୍ୟା ଦେଖାଦେଉଥିବା ବେଳେ ଏଥିପ୍ରତି ପୋଲିସ ଦୃଷ୍ଟିଦେବାକୁ ଅନୁରୋଧ କରାଯାଇଛି । ଅନେକ ସମୟ ଧରି ଗାଡିମୋଟର ଅଟକି ରହୁଥିବା ବେଳେ ଆମ୍ବୁଲାନ୍ସ ମଧ୍ୟ ଫସିରହୁଛି । ସାଧାରଣରେ ଦାବି ହେଉଛି ଯେ ଏଠାରେ ଟ୍ରାଫିକ ସମସ୍ୟା ଦୂର ପାଇଁ ପୋଲିସ ପଦକ୍ଷେପ ଗ୍ରହଣ କରୁ ।
