ଶବ୍ଦ ଓଡିଶା ବ୍ୟୁରୋ: ଖୋର୍ଦ୍ଧା ଜିଲା ଚିଲିକା ବ୍ଲକ ନାଚୁଣୀ ଥାନା ଅନ୍ତର୍ଗତ ହରିପୁର ରାସ୍ତାକଡ ଜଙ୍ଗଲରେ ସୁଟକେସରୁ ମୃତଦେହ ମିଳିବା ଘଟଣାର ପର୍ଦ୍ଦାଫାଶ ହୋଇଛି । ମୃତ ମନୋରଞ୍ଜନ ମହାପାତ୍ରଙ୍କୁ ତାଙ୍କ ସ୍ତ୍ରୀ ନିଲି ଦାସ, ଶଳା ମିଟୁ ଦାସ ଓ ନିଲିର ସାଙ୍ଗ ବିକ୍ରମ କୁମାର ସାହୁ ହତ୍ୟା କରିଥିବା ସ୍ପଷ୍ଟ ହୋଇଛି । ସମସ୍ତେ ମନୋରଞ୍ଜନକୁ ହତ୍ୟା କରି ଏକ ନିଳ ରଙ୍ଗର ସୁଟକେଶରେ ଭର୍ତ୍ତିକରି ଜାତୀୟ ରାଜପଥକୁ ସଂଯୋଗ କରୁଥିବା ହରିପୁର ରାସ୍ତା ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ। ଖୋର୍ଦ୍ଧା ଜିଲା ମୂଖ୍ୟ ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ୩ଗୋଟି ଟିମ ଟାଙ୍ଗୀଥାନା ଅଧିକାରୀ ଦିଗ୍ ବିଜୟ ବିଶ୍ୱାଳ, ଓ ନାଚୁଣୀ ଥାନା ଅଧିକାରୀ ଚନ୍ଦ୍ର ଶେଖର ଜେନା ଓ ବାଲୁଗାଁ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ମାନସ ରଞ୍ଜନ ବାରିକଙ୍କ ପ୍ରଚେଷ୍ଟାରେ ହତ୍ୟାକାରୀ ସ୍ତ୍ରୀ , ଶଳା, ଓ ସ୍ତ୍ରୀର ସାଙ୍ଗକୁ ଗିରଫ କରିଥିଲା।
