Thu. Oct 15th, 2026

ଭାରି ପଡ଼ିଲା ବିମାନରେ ଯାତ୍ରୀଙ୍କ ଉପରେ ପରିସ୍ରା କରିବା। ନ୍ୟୁୟର୍କରୁ ନୂଆ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ବିମାନରେ ବୟସ୍କା ମହିଳା ଯାତ୍ରୀଙ୍କ ଉପରେ ପରିଶ୍ରା କରିଥିବା ଯାତ୍ରୀ ଶଙ୍କର ମିଶ୍ରଙ୍କ ଉପରେ ଏୟାର ଇଣ୍ଡିଆ ଆଉ ୪ ମାସର ବ୍ୟାନ ଲଗାଇଛନ୍ତି। ଡିଜିସିଏ ଗୁରୁବାର ଏହି ସୂଚନା ଦେଇଛନ୍ତି। ଏୟାରଇଣ୍ଡିଆ ସିଇଓ ସ୍ତରର ଇଟର୍ଣ୍ଣାଲ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ଡିଜିସିଏ କହିଛନ୍ତି ଯେ ଏୟାର ଇଣ୍ଡିଆ ଶଙ୍କର ମିଶ୍ରଙ୍କୁ ଆଉ ୪ମାସ ବ୍ୟାନ କରିଛନ୍ତି। ଅନ୍ୟ ବିମାନ କମ୍ପାନୀମାନେ ଚାହିଁଲେ ମିଶ୍ରଙ୍କ ଉପରେ ଏହି ପ୍ରକାର ବ୍ୟାନ ଲାଗୁ କରିପାରିବେ।

ଏହା ପୂର୍ବରୁ ଏୟାର ଇଣ୍ଡିଆ ମିଶ୍ରଙ୍କ ଉପରେ ୩୦ ଦିନ ଲାଗି ନିଷିଦ୍ଧାଦେଶ ଜାରି କରିଥିଲେ। ମାମଲାରେ ପୋଲିସ କେସ୍‌ ହେବା ପରେ ଶଙ୍କର ମିଶ୍ରଙ୍କୁ ଜାନୁାୟାରୀ ୭ ତାରିଖ ଦିନ ବେଙ୍ଗାଲୁରୁରୁ ଗିରଫ କରାଯାଇଥିଲା। ଘଟଣାର ପ୍ରାୟ ୪୨ ଦିନ ପରେ ମିଶ୍ର ଗିରଫ ହୋଇଥିଲେ। ମୁମ୍ବାଇ ବାସିନ୍ଦା ମିଶ୍ର ଲଗାତାର ଫେରାର ରହିଥିଲେ। ଏଣୁ ତାଙ୍କ ବିରୋଧରେ ଲୁକ୍ ଆଉଟ୍ ନୋଟିସ୍‌ ଜାରି ହୋଇଥିଲା। ପରେ ପୋଲିସ ଅଭିଯୁକ୍ତକୁ ତାର ମୋବାଇଲ ଲୋକେସନ ଆଧାରରେ ଚଢଉ କରି ଗିରଫ କରିଥିଲା।

ମହିଳା ଯାତ୍ରୀ ଏ ନେଇ ତାଙ୍କର ଅଭିଯୋଗ କରିଥିଲେ। ଯେଉଁଥିରେ ଘଟଣାକୁ ସେ ଅତ୍ୟନ୍ତ ନିରାଶାଜନକ ଓ ତାଙ୍କ ଯାତ୍ରାକୁ ଯନ୍ତ୍ରଣାଦାୟକ ବୋଲି ଉଲ୍ଲେଖ କରିଥିଲେ। ଏଥି ଲାଗି ଏୟାର ଇଣ୍ଡିଆ କ୍ୟାବିନ କ୍ରୁଙ୍କୁ ମହିଳା ଯାତ୍ରୀ ଅସମ୍ବେଦନଶୀଳ ବୋଲି କହିଥିଲେ। ସେମାନେ ତାଙ୍କୁ ପୋଷାକ ବଦଳାଇବା ପାଇଁ କେବଳ ହଳେ ପାଇଜାମା ଓ ଚପଲ ଦେଇଥିଲେ କିନ୍ତୁ ପୁଋଷ ଯାତ୍ରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ କରିନଥିଲେ ବୋଲି ମହିଳା ଉଲ୍ଲେଖ କରିଥିଲେ।

Leave a Reply

Your email address will not be published. Required fields are marked *