ଖଡିଆଳ ବିଡିଓଙ୍କ ଘରେ ଭିଜିଲାନ୍ସ ରେଡ୍, ୫ ସ୍ଥାନରେ ଜାରିରହିଛି ଚଢାଉ ।

ଶବ୍ଦ ଓଡିଶା ବ୍ୟୁରୋ: ବିଡିଓଙ୍କ ଘରେ ଭିଜିଲାନ୍ସ ରେଡ୍ । ନୂଆପଡା ଜିଲ୍ଲା ଖଡିଆଳ ବିଡିଓ ନାରାୟଣ ସାହୁଙ୍କ ଘରେ ଭିଜିଲାନ୍ସ ରେଡ୍ କରୁଛି । ଆୟଠାରୁ ଅଧିକ ସମ୍ପତ୍ତି ଅଭିଯୋଗରେ ଏହି ରେଡ ଜାରିରହିଛି । ବଲାଙ୍ଗୀରରେ ଥିବା ନାରାୟଣଙ୍କ ପୈତୃକ ଘର, ସମ୍ପର୍କୀୟଙ୍କ ଘରେ ଚଢାଉ ଜାରିରହିଛି । ଖଡିଆଳରେ ଥିବା ନାରାୟଣଙ୍କ ଅଫିସ ଏବଂ ସରକାରୀ ବାସଭବନରେ ମଧ୍ୟ ଭିଜିଲାନ୍ସ ରେଡ କରୁଛି ।
ଭିଜିଲାନ୍ସର ୩ ଜଣ ଡିଏସପି, ୧୦ ଜଣ ଇନସପେକ୍ଟର, ୪ ଜଣ ଏଏସଆଇ ଏହି ଚଢାଉରେ ସାମିଲ ରହିଛନ୍ତି । ସକାଳୁ ସକାଳୁ ଏହି ରେଡ ଆରମ୍ଭ ହୋଇଛି ।

You May Also Like

More From Author

+ There are no comments

Add yours