ଯୋଶୀ ମଠରେ ରାତି ବିତାଇଲେ ମୁଖ୍ୟମନ୍ତ୍ରୀ ଉତ୍ତରାଖଣ୍ଡ,ପ୍ରତି ପରିବାରକୁ ଦେଢଲକ୍ଷ ସହାୟତା ଘୋଷଣା 

ସଙ୍କଟରେ ଦେବଭୂମି ଯୋଶୀମଠ । ଏହାରି ଭିତରେ ସ୍ଥିତି ପରଖିଛନ୍ତି ପୁଷ୍କର ସିଂ ଧାମି । ଯୋଶୀ ମଠରେ ରାତି ବିତାଇବା ପରେ ସ୍ଥାନୀୟ ଲୋକଙ୍କୁ ଆଶ୍ୱାସନା ଦେଇଛନ୍ତି । ପ୍ରତି ଘର ପିଛା ଦେଢ ଳକ୍ଷଟଙ୍କା ସହାୟତା ଘୋଷଣା କରିଛନ୍ତି । ଏହାରି ସହ ଅସୁରକ୍ଷିତ ହୋଟେଲ ଭାଙ୍ଗିବା ପ୍ରକ୍ରିୟା ଆରମ୍ଭ ହୋଇଛି । ଗୋଟିଏ ପଟେ ଧସୁଛି ସହର । ଯେଉଁଥି ପାଇଁ ଆତଙ୍କିତ ହୋଇପଡିଛନ୍ତି ସହରବାସୀ । ଆଖପାଖ ଅଞ୍ଚଳରେ ଦବୁଛି ଭୂମି । ଘର, ରାସ୍ତା ଓ ପହାଡରେ ମଧ୍ୟ ଦେଖାଦେଇଛି ଫାଟ । ଯେଉଁଥି ପାଇଁ ୭ଶହରୁ ପରିବାରକୁ ସ୍ଥାନାନ୍ତର କରିବାର ନିଷ୍ପତ୍ତି ନିଆଯାଇଛି । ଘର ଭାଙ୍ଗିବାକୁ ଯୋଜନା କରିଛି ପ୍ରଶାସନ । ଏବଂ ଅନ୍ୟ ପକ୍ଷେ ସଙ୍କଟ ସ୍ଥିତିକୁ ନେଇ  ଆର୍ଲଟରେ ଏଡିଆରଏଫ ଓ ରେସ୍କ୍ୟୁ ଟିମ୍ ରହିଛନ୍ତି ।

ସଙ୍କଟର କାରଣ କ’ଣ?

ବଦ୍ରିନାଥ ଯିବା ପାଇଁ ପ୍ରଥମ ସହର ଯୋଶୀମଠ । ଐତିହ୍ୟ ଓ ପ୍ରକୃତିର ଗନ୍ତାଘର ଯୋଶୀମଠ ସହର । ଧୀରେ ଧୀରେ ଦୁର୍ବଳ ହେଉଛି ଯୋଶୀମଠ । ଏଥିପାଇଁ ମନୁଷ୍ୟକୃତ୍ୟ ଓ ପ୍ରାକୃତିକ କାରଣ ଦାୟୀ ବୋଲି ଜଣା ପଡିଛି । ଏହାରି ସହ ସର୍ବାଧିକ ଭୂକମ୍ପ ପ୍ରବଣ ଜୋନରେ ରହିଛି ଏହି ମଠ । କ୍ରମାଗତ ଜଳପ୍ରବାହ ଯୋଗୁ ଦୁର୍ବଳ ହେଉଛି ଏହାର ମୂଳଦୁଆ । ଅନ୍ୟପକ୍ଷେ ସହରରେ ବେଧଡକ ଚାଲିଛି ନିର୍ମାଣ କାର୍ଯ୍ୟ  । ବିନା ପ୍ଲାନିଂରେ ହୋଟେଲ ଓ ରେଷ୍ଟୁରାଣ୍ଟ ସୃଷ୍ଟି କରୁଛି ବିପଦ  । ତେବେ ଆଗକୁ ପ୍ରଶାସନ ପକ୍ଷରୁ ଏହାକୁ ନେଇ କିପରି ବ୍ୟାପକ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ତାହା ଦେଖିବା ବାକି ରହିଲା ।

You May Also Like

More From Author

+ There are no comments

Add yours