ଲୋକାର୍ପିତ ହେଲା ‘ଶ୍ୱେତପତ୍ର’ କବିତା ସଙ୍କଳନ

ପ୍ରକାଶ ପାଇଛି କବିତା ସଙ୍କଳନ ଶ୍ୱେତପତ୍ର। ମାଲକାନଗିରି କୁୁଡୁମୁଲୁଗୁମ୍ମା କବି ତଥା ସାହିତ୍ୟିକ ବଳରାମ ପୂଜାରୀ ଜନଜାତିଙ୍କ ଜନଜୀବନର କଥା ଓ ବ୍ୟଥାକୁ ନେଇ ରଚନା କରିଥିଲେ ପଞ୍ଚମ କବିତା ସଙ୍କଳନ ‘ଶ୍ବେତପତ୍ର’। ଯାହାକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ବାରା ଲୋକାର୍ପିତ କରାଯାଇଛି। ରାଜଭବନର ଅଭିଷେକ ହଲରେ ଏହି କାର୍ଯ୳କ୍ରମ ଅନୁଷ୍ଠିତ ହୋଇଛି । ଆଦିଭୂମି ବଣ୍ଡା ପାହାଡ଼ରେ ନେତୃତ୍ବ ନେଉଥିବା ବଣ୍ଡା ଜନଜାତିର ସଭାପତି ସୁରେନ୍ଦ୍ର କୁମାର ନାୟକ ଓ ଦିଦାୟୀ ଜନଜାତିର ସଭାପତି ସମରା ଶିଶା ମଧ୍ୟ ନିମନ୍ତ୍ରିତ ହୋଇ ଏହି କାର୍ଯ୳କ୍ରମରେ ସାମିଲ ହୋଇଥିଲେ। ରାଜ୍ୟପାଳଙ୍କ ଲୋକ ସମ୍ପର୍କ ଅଧିକାରୀ ରକ୍ଷକ ନାୟକ, ରାଜଭବନର ସମସ୍ତ କର୍ମକର୍ତ୍ତା ଓ ରାଜ୍ୟପାଳଙ୍କ ବ୍ୟକ୍ତିଗତ ସଚିବ ହିମାଂଶୁ ନାରାୟଣ ପଟ୍ଟନାୟକ, ଜନଜାତି ଗବେଷଣା ପରିଷଦର କର୍ମକର୍ତ୍ତା, କବି ବଳରାମ ପୂଜାରୀଙ୍କ ପରିବାର ଲୋକେ ଏଥିରେ ଉପସ୍ଥିତ ଥିଲେ। ସେହିପରି ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ ବଣ୍ଡା ଓ ଦିଦାୟୀ ଜନଜାତି ଭାଇଭଉଣୀଙ୍କୁ ସ୍ବାଧୀନତାର ଏହା ମହାପର୍ବର ସ୍ମାରକୀ ଫଳକ ଓ ଉତ୍ତରୀୟ ଉପହାର ଦେଇ ରାଜ୍ୟପାଳ ସମ୍ବର୍ଦ୍ଧିତ କରିଥିଲେ। ଓଡ଼ିଶାରେ ପାଠକୀୟ ଆଦୃତି ଲାଭ କରୁ ବୋଲି ରାଜ୍ୟପାଳ କାମନା କରିଥିଲେ ।

You May Also Like

More From Author

+ There are no comments

Add yours