Thu. Oct 15th, 2026
https://twitter.com/DevasmitaTweets/status/1571014493693681665?s=20&t=GgmN52SYBZDO27qVzIYo8A

ହିନ୍ଦୀ ଓ ଇଂରାଜୀ ଭାଷା ଜାଣିନଥିବା ଜଣେ ଯାତ୍ରୀଙ୍କ ସିଟ୍‌ ବଦଳେଇଛି ଇଣ୍ଡିଗୋ। କମ୍ପାନୀର କ୍ରୁ ସଦସ୍ୟ ଏହା କରିଥିବା କଥା ସାମ୍ନାକୁ ଆସିବା ପରେ ଘଟଣାକୁ ନେଇ ବିବାଦ ଦେଖାଦେଇଛି। ଇଣ୍ଡିଗୋର ବିଜୟୱାଡା-ହାଇଦ୍ରାବାଦ ବିମାନରେ ଏହି ଘଟଣା ଘଟିଛି। ବିମାନ‌ର ଏମର୍ଜେନ୍ସି ଏକ୍‌ଜିଟ୍ ଡୋର୍‌ ପାଖ ଧାଡ଼ିରେ ବସିଥିବା ଯାତ୍ରୀଙ୍କୁ ସେଠାରୁ ଉଠାଇ ପଛ ଧାଡ଼ିକୁ ନିଆଯାଇଥିଲା।

ସେ ପୂର୍ବରୁ ବସିଥିବା ସିଟ୍‌ ଏମର୍ଜେନ୍ସି ଏକ୍‌ଜିଟ୍‌ ଡୋର୍‌ ପାଖରେ ଥିଲା। ଗୋଡ଼ ରଖିବା ଲାଗି ଅଧିକ ଫାଙ୍କା ସ୍ଥାନ ରହୁଥିବାରୁ ସେହି ଧାଡ଼ିର ସିଟ୍‌ ଚାହିଦାରେ ରହିଥାଏ। କିଛି ଯାତ୍ରୀ ସେଥିପାଇଁ ଅଧିକ ଟଙ୍କା ଦେବାକୁ ମଧ୍ୟ ପ୍ରସ୍ତୁତ ରହୁଛନ୍ତି। ଯେଉଁ ଯାତ୍ରୀଙ୍କୁ ସିଟ୍‌ରୁ ହଟାଯାଇଥିଲା ତାଙ୍କ ପାଖ ସିଟ୍‌ରେ ବସିଥିବା ଆଇଆଇଟିର ପ୍ରଫେସର ଦେବସ୍ମିତା ଚକ୍ରବର୍ତୀ ସେହି ଘଟଣାକୁ ଟୁଇଟ୍‌ କରି ଜଣାଇଛନ୍ତି। ସେ ଟ୍ବିଟ୍‌ କରି ଲେଖିଛନ୍ତି ଯେ ଯାତ୍ରୀ ଜଣକ କେବଳ ତେଲୁଗୁ ଭାଷା ଜାଣିଥିଲେ। ତାଙ୍କୁ ହିନ୍ଦୀ କିମ୍ବା ଇଂରାଜୀ ଜଣାନଥିଲା। ତାହାକୁ କ୍ରୁ ସଦସ୍ୟ ନିରାପତ୍ତା ପ୍ରସଙ୍ଗ ଦର୍ଶାଇ ତାଙ୍କ ସିଟ୍‌କୁ ବଦଳାଇ ଦେଇଥିଲେ। ହିନ୍ଦୀ ଜାଣିନଥିବା ଲୋକଙ୍କୁ ନିଜ ରାଜ୍ୟରେ ଦ୍ବିତୀୟ ଶ୍ରେଣୀର ନାଗରିକ ଭାବେ ବିଚାର କରାଯାଉଛି। ତାଙ୍କ ଟ୍ବିଟ୍‌ ଉପରେ ମିଶ୍ରିତ ମନ୍ତବ୍ୟ ଆସିଥିଲା। ଅନେକ ସେହି ଘଟଣାକୁ ନିନ୍ଦା କରିଥିବା ବେଳେ କିଛି ଲୋକ ଜଣାଇଛନ୍ତି ଯେ ଯେହେତୁ ଏମର୍ଜେନ୍ସି ଏକ୍‌ଜିଟ୍‌ ଏକ ସମ୍ବେଦନଶୀଳ ପ୍ରସଙ୍ଗ ତେଣୁ ଟିକଟ ବୁକିଂ ବେଳେ ଏୟାରଲାଇନ୍ସ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରିବା ଉଚିତ।

Leave a Reply

Your email address will not be published. Required fields are marked *