ଦେଶରେ ଉପରମୁହାଁ ବେରୋଜଗାରୀ ଗ୍ରାଫ୍


ଭାରତରେ ବେରୋଜଗାରୀ ସବୁଠାରୁ ବଡ ସମସ୍ୟା ପାଲଟିଛି । ବର୍ତ୍ତମାନ ସ୍ଥିତି ଏଭଳି ଯେ, ଗୋଟିଏ ଚାକିରୀ ପାଇଁ ଅନେକ ସଂଖ୍ୟାରେ ଆଶାୟୀ ଆବେଦନ କରୁଛନ୍ତି । ଅଗଷ୍ଟ ମାସରେ ତ ବେରୋଜଗାରୀସ୍ତର ସବୁଠାରୁ ଚିନ୍ତାଜନକ ସ୍ଥିତିରେ ପହଞ୍ଚିସାରିଛି । ଏହାର ଦର ୮ ପ୍ରତିଶତ ପାର କରିସାରିଛି । ବର୍ତ୍ତମାନ ପ୍ରଶ୍ନ ଏହା ଯେ ଭାରତରେ ବେରୋଜଗାରୀ ଦର କେତେ ରହିଛି ଏବଂ କେଉଁ ରାଜ୍ୟର ସ୍ଥିତି କଣ ରହିଛି ।
ତେବେ ଆସନ୍ତୁ ଜାଣିବା ଗତ ଏକ ବର୍ଷରେ ବେରୋଜଗାରୀ ସ୍ତର କଣ ରହିଛି ।


୨୦୨୨ ମସିହା ଅଗଷ୍ଟ ମାସରେ ଦେଶର ବେରୋଜଗାରୀ ସ୍ତର ୮. ୨୮ ପ୍ରତିଶତରେ ପହଞ୍ଚିଛି । ଜୁଲାଇ ମାସରେ ଏହା ୬. ୮୩%, ଜୁନମାସରେ ଏହା ୭. ୮୩%, ମେ ମାସରେ ୭. ୧୪%, ଅପ୍ରେଲ ମାସରେ ୭. ୮୩%, ମାର୍ଚ୍ଚ ମାସରେ ଏହା ୨. ୫୭% ରହିଥିଲା । ସେହିଭଳି ଫେବ୍ରୁଆରୀରେ ଏହା ୮. ୧୧%, ଜାନୁଆରୀରେ ୬. ୫୬%, ୨୦୨୧ ଡିସେମ୍ବରରେ ଏହା ୭. ୯୧%, ନଭେମ୍ବରରେ ୬. ୯୭%, ଅକ୍ଟୋବରରେ ୭. ୭୪ % ଏବଂ ସେପ୍ଟେମ୍ବର ମାସରେ ଏହା ୬. ୮୬% ରହିଥିଲା।


ଯଦି ଆମେ ସହର ଏବଂ ଗ୍ରାମାଞ୍ଚଳର ସ୍ଥିତିକୁ ଦେଖିବା, ତେବେ ୨୦୨୨ ଅଗଷ୍ଟ ମାସରେ ସହରରେ ବେରୋଜଗାରୀ ସ୍ତର ୯. ୫୭% ଥିବା ବେଳେ ଗାଁରେ ଏହା ୭. ୬୮% ରହିଥିଲା । ଜୁଲାଇ ମାସରେ ଯଥାକ୍ରମେ ୮. ୨୨% ଏବଂ ୬. ୧୭% । ଜୁନ ମାସରେ ଏହା ୭. ୩୨ % ଏବଂ ୮. ୦୭% । ମେ ମାସରେ ୮. ୨୪% ଏବଂ ୬. ୬୩% । ଅପ୍ରେଲ ମାସରେ ୯. ୨୨% ଏବଂ ୭. ୧୮% । ମାର୍ଚ୍ଚ ମାସରେ ୮. ୨୮% ଏବଂ ୭. ୨୪ % ବେରୋଜଗାରୀ ସ୍ତର ରହିଛି । ସେହିଭଳି ୨୦୨୨ ଫ୍ରେବ୍ରୁଆରୀ ମାସ ତଥା ବିଚାର କଲେ, ସହରରେ ୭. ୫୭% ଏବଂ ଗ୍ରାମରେ ୮.୩୭ % ବେରୋଜଗାର ରହିଥିଲେ । ଜାନୁଆରୀରେ ଏହା ଯଥାକ୍ରମେ ୮. ୧୪% ଏବଂ ୫. ୮୩% । ୨୦୨୧ ଡିସେମ୍ବର ମାସରେ ୯. ୩% ଏବଂ ୭. ୨୮% । ନଭେମ୍ବର ମାସରେ ୮. ୨% ଏବଂ ୬. ୪୧% । ଅକ୍ଟୋବର ମାସରେ ୭.୩୭% ଏବଂ ୭.୯୧% । ସେପ୍ଟେମ୍ବର ମାସରେ ବରୋଜଗାରୀ ସ୍ତର ସହରରେ ୮.୬୪ % ଏବଂ ଗାଁରେ ୬. ୦୪ % ରହିଛି ।

ଦେଶର ବିଭିନ୍ନ ରାଜ୍ୟର ସ୍ଥିତିକୁ ଯଦି ଆମେ ନଜର ପକାଇବା ତେବେ ରାଜସ୍ଥାନରେ ଏହି ସ୍ତର ୩୧.୪% ଥିବା ବେଳେ ଉତ୍ତରପ୍ରଦେଶରେ ସ୍ତର ୩.୯ % ରହିଛି । ଅନ୍ୟ ରାଜ୍ୟର ତଥ୍ୟକୁ ଯଦିଆମେ ଦେଖିବା ତାମିଲନାଡୁରେ ୭.୨%, ତେଲଙ୍ଗାନାରେ ୬.୯%, ତ୍ରିପୁରାରେ ୧୬.୩%, ପଶ୍ଚିମବଙ୍ଗରେ ୭.୪%, ମଧ୍ୟପ୍ରଦେଶରେ ୨.୬%, ମହାରାଷ୍ଟ୍ରରେ ୨.୨%, ମେଘାଳୟରେ ୨%, ଓଡିଶାରେ ୨.୬%, ପୁଡୁଚେରୀରେ ୫.୨%, ପଞ୍ଜାବରେ ୭.୪%, ହରିୟାଣାରେ ୩୭. ୩%, ହିମାଚଳପ୍ରଦେଶରେ ୭.୩% ବେରୋଜଗାର ରହିଛନ୍ତି । ଜାମ୍ମୁକାଶ୍ମୀରରେ ୩୨.୮%, ଝାଡଖଣ୍ଡରେ ୧୭.୩%, କର୍ଣ୍ଣାଟକରେ୩.୫%, କେରଳରେ ୬.୧%, ଆନ୍ଧ୍ରପ୍ରଦେଶରେ ୬%, ବିହାରରେ ୧୨.୮%, ଛତିଶଗଡରେ ୦.୪%, ଦିଲ୍ଲୀରେ ୮.୨%, ଗୋଆରେ ୧୩.୭%, ଗୁଜରାଟରେ ୨.୬% ବେରୋଜଗାରୀ ରହିଛି ।

ADVERTISEMENTS

You May Also Like

More From Author

+ There are no comments

Add yours