Thu. Oct 15th, 2026

“ରସଗୋଲା ଓଡ଼ିଶାର, ରସଗୋଲା ଜଗନ୍ନାଥଙ୍କର।” ରସଗୋଲାକୁ ନେଇ ଦୀର୍ଘ ଦିନ ଧରି ଚାଲିଥିବା ଓଡ଼ିଶା-ପଶ୍ଚିମବଙ୍ଗ ଲଢେଇରେ ଏବେ ନୂଆ ମୋଡ଼ ଆସିଛି। ରସଗୋଲା କାହାର? ଏହି କଳିରେ ଏବେ ଓଡ଼ିଶା ସପକ୍ଷରେ ବାହାରିଛନ୍ତି ପୂର୍ବତନ କ୍ରିକେଟର ତଥା ବିସିସିଆଇ ମୁଖ୍ୟ ସୌରଭ ଗାଙ୍ଗୁଲି। ରସଗୋଲା ଓଡ଼ିଶାରର ବୋଲି କହିଛନ୍ତି ଦାଦା।

ଜି ବାଙ୍ଗଲାର ଏକ ଲୋକପ୍ରିୟ ଟିଭି ଶୋ-ଦାଦାଗିରିରେ, ଦାଦା ଓଡ଼ିଶାର ‘ରସଗୋଲା’ର ପ୍ରଶଂସା କରିଛନ୍ତି। ଏହି ସୋ ରେ ସୌରଭ କହିଛନ୍ତି, “ଲୋକଙ୍କ ଧାରଣା ରହିଛି ଯେ ରସଗୋଲା କୋଲକାତାର ଏକ ଲୋକପ୍ରିୟ ସୁସ୍ୱାଦୁ ଖାଦ୍ୟ। ତେବେ ସତ୍ୟ ହେଉଛି ଯେ ରାସଗୋଲା ଓଡିଶାର ଅଟେ। ଜଗନ୍ନାଥ ମନ୍ଦିରରେ ରସଗୋଲାର ପରମ୍ପରା ସବୁଠୁ ପୁରୁଣା ।

ସୌରଭ କହିଛନ୍ତି,”ମୋର ଖେଳ ଦିନରେ ଯେତେବେଳେ ମୁଁ କଟକକୁ ଯାଉଥିଲି, ସେତେବେଳେ ମୁଁ କିଛି ଲୋଭନୀୟ ମିଠାର ସ୍ୱାଦ ଚାଖିଥିଲି ଯାହା ଅନ୍ୟ କେଉଁଠାରେ ମିଳୁ ନାହିଁ।” ଓଡ଼ିଶା ଏବଂ ପଶ୍ଚିମବଙ୍ଗ ମଧ୍ୟରେ ଥିବା ମଧୁର କଳହର ପୃଷ୍ଠଭୂମିରେ କ୍ରିକେଟ୍ ପ୍ରଶାସକଙ୍କ ବକ୍ତବ୍ୟ ବଡ଼ ଥିଲା- ରସଗୋଲା। ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଓଡ଼ିଶା ରସଗୋଲାକୁ ଗାଙ୍ଗୁଲିଙ୍କ ଅନୁମୋଦନ କ୍ଲିପ୍ ଭାଇରାଲ ହୋଇ ମୋବାଇଲରୁ ମୋବାଇଲ ଘୁରି ବୁଲୁଛି।

Leave a Reply

Your email address will not be published. Required fields are marked *