
ଦାନ୍ତ ଘଷିବା ସକାଳର ଗୋଟିଏ ସବୁଠୁ ମହତ୍ଵପୁର୍ଣ କାର୍ଯ୍ୟ l ଦାନ୍ତର ସୁସ୍ଥତା ପାଇଁ ପ୍ରତିଦିନ ୨ଥର ଘଷିବାକୁ ପରାମର୍ଶ ଦିଆଯାଏ। ସାଧାରଣତଃ ଦାନ୍ତ ଘଷିବା ପରେ ହିଁ ଦିନର ଖାଇବା ପିଇବା ପ୍ରକିୟା ଆରମ୍ଭ ହୋଇଥାଏ। କିନ୍ତୁ ଏକ ରିସର୍ଚ୍ଚରୁ ଜଣା ପଡିଛି ଯେ, ସକାଳୁ ଦାନ୍ତ ଘଷିବା ପୂର୍ବରୁ ପାଣି ପିଇବା ଆମ ଶରୀର ପକ୍ଷରେ କେତେ ହିତକର l
ତେବେ ମନରେ ପ୍ରଶ୍ନ ଉଠେ ସକାଳୁ ଦାନ୍ତ ନଘଷି ପାଣି ପିଇବାକୁ କାହିଁକି କୁହାଯାଏ? ଏହାର କାରଣ ହେଉଛି:
ସକାଳୁ ଉଠି ଦାନ୍ତ ନଘଷି ପାଣି ପିଇବା ଦ୍ୱାରା ଶରୀରକୁ ଖୁବ ଲାଭ ମିଳିଥାଏ l କିନ୍ତୁ ଉଷୁମ ପାଣି ପିଇବା ଆବଶ୍ୟକ l ଏହାଦ୍ୱାର ଶରୀରର ବିଷାକ୍ତ ପଦାର୍ଥ ବାହାରିବାରେ ସାହାଯ୍ୟ ମିଳିଥାଏ ଓ ପାଚନ କ୍ରିୟା ପାଇଁ ଖୁବ ହିତକର l
ସକାଳୁ ଦାନ୍ତ ନଘଷି ପାଣି ପିଇବା ଦ୍ୱାରା ଇମ୍ୟୁନିଟି ଷ୍ଟ୍ରଙ୍ଗ ହୋଇଥାଏ ଓ ଥଣ୍ଡା ଜନିତ ସମସ୍ୟା ଠାରୁ ଦୁରେଇ ରଖିଥାଏ। ଯେଉଁମାନେ ଖୁବ ଶୀଘ୍ର ଥଣ୍ଡା ଓ ସର୍ଦି ରେ ଆକ୍ରାନ୍ତ ହୋଇ ଥାଆନ୍ତି ସେମାନେ ସକାଳୁ ଉଠି ଉଷୁମ ପାଣି ଦାନ୍ତ ନଘଷି ପିଇବା ନିହାତି ଜରୁରୀ l
ଦାନ୍ତ ନଘଷି ଉଷୁମ ପାଣି ପିଇବା ଦ୍ୱାରା ତ୍ୱଚାରେ ଚମକ ଆସିଥାଏ ଓ ତ୍ୱଚା ର ବିଭିନ୍ନ ସମସ୍ୟା ଦୂର ହୋଇଥାଏ l
ଖାଲି ପେଟରେ ଓ ଦାନ୍ତ ନଘଷି ଉଷୁମ ପାଣି ପିଇବା ଦ୍ୱାରା ଓଜନ ହ୍ରାସ ହେବାରେ ସାହାଯ୍ୟ କରିଥାଏ ଓ ଗ୍ୟାସ, ଏସିଡ଼ିଟି, ଏବଂ ଅନ୍ୟ ପାଚନ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ l
ଉଚ୍ଚ ରକ୍ତ ଚାପ ଓ ମଧୁମେହ ରୋଗୀମାନେ ନିୟମିତ ଦାନ୍ତ ନଘଷି ପାଣି ପିଇବା ଶରୀର ପକ୍ଷରେ ଖୁବ ହିତକର l
