Wed. Oct 14th, 2026

କଥାରେ ଅଛି ଭଗବାନ ଯେତେବେଳେ ଦିଅନ୍ତି ଛପର ଫାଡ଼ି ଦିଅନ୍ତି। ଏକଥା ସତ ହୋଇଛି ରାଜସ୍ଥାନର ରେଶମାଙ୍କ ଘରେ। ବିବାହର ବହୁ ବର୍ଷ ପରେ କୋଳଟି ଫାଙ୍କା ପଡିଥିବାରୁ ସବୁବେଳେ କାନ୍ଦି କାନ୍ଦି ଦିନ ବିତାନ୍ତି। ତେବେ ଏକା ସାଙ୍ଗରେ ୫ଟି ଶିଶୁଙ୍କୁ ଜନ୍ମ ଦେଇଛନ୍ତି ରେଶମା। ଯାହା ଏବେ ସଭିଙ୍କ ଧ୍ୟାନ ଆକର୍ଷଣ କରିବାରେ ଲାଗିଛି।

ମାସଲପୁରର ପିପରାନୀ ଗାଁରେ ରୁହନ୍ତା ରେଶମା। ବିବାହର ୭ ବର୍ଷ ପରେ ପ୍ରଥମ ଥର ମା’ ହୋଇଛନ୍ତି । ଏକ ଘରୋଇ ଡାକ୍ତରଖାନାର ଡାକ୍ତର ଆଶା ମୀନା କହିଛନ୍ତି ଯେ, ରେଶମା ୨ ଶିଶୁପୁତ୍ର ଓ ୩ ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି । ପ୍ରସବ ପରେ ମହିଳାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ ଅଛି । ମାତ୍ର ନବଜତାମାନେ ପୂରାପୁରି ସୁସ୍ଥ ନାହାନ୍ତି । ରାଜସ୍ଥାନର କରୌଲୀର ସରକାରୀ ହସ୍ପିଟାଲର ମାତୃ ଓ ଶିଶୁ ବିଭାଗରରେ ଥିବା ଏସ୍‌ଏନସିୟୁ ୱାର୍ଡରେ ଭର୍ତ୍ତି କରାଯାଇଛି । ଏସ୍‌ଏନସିୟୁ ବିଭାଗ ପ୍ରଭାରୀ ମହେନ୍ଦ୍ର ମୀନା କହିଛନ୍ତି ଯେ, ସବୁ ପିଲାଙ୍କର ଓଜନ ୩୦୦ ଗ୍ରାମରୁ ୬୬୫ ଗ୍ରାମ । ସମସ୍ତଙ୍କୁ ଆଇସିୟୁର ଆବଶ୍ୟକତା ଥିବାରୁ ଜୟପୁର ସ୍ଥାନାନ୍ତରିତ କରାଯାଇଛି ।

Leave a Reply

Your email address will not be published. Required fields are marked *