Thu. Oct 15th, 2026

ସଡ଼କ ତିଆରି କରି ଗିନିଜ ୱାର୍ଲ୍ଡ ରେକର୍ଡ। କଥାଟି କୌତୁହଳପୂର୍ଣ୍ଣ ହୋଇଥିଲେ ବି ସତ। ନ୍ୟାସନାଲ ହାଇୱେ ଅଥରିଟି ଅଫ୍ ଇଣ୍ଡିଆ ୧୦୫ ଘଣ୍ଟା ୩୩ ମିନିଟରେ ଅର୍ଥାତ୍ ୫ ଦିନ ମଧ୍ୟରେ ଶେଷ କରିଛି । ୭୫ କିଲୋମିଟର ରାସ୍ତା ନିର୍ମାଣ କରାଯାଇ ଇତିହାସ ସୃଷ୍ଟି କରିଛି ।  ଏନଏଚଏଆଇ ରେକର୍ଡ ସମୟରେ ଏନଏଚ-୫୩ ରେ ଆସୁଥିବା ଅମରବତୀରୁ ଆକୋଲା ବିଭାଗରେ ୭୫ କିଲୋମିଟର ବିଟୁମିନିୟସ୍ କଂକ୍ରିଟ୍ ଉତ୍ପାଦନ କରି ଏକ ଗିନିଜ୍ ୱାର୍ଲ୍ଡ ରେକର୍ଡ ସୃଷ୍ଟି କରିଛି। ବୁଧବାର କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଏହି ସୂଚନା ଦେଇଛନ୍ତି।

ମନ୍ତ୍ରୀ କହିଛନ୍ତି ଯେ, ୭୨୦ କର୍ମଚାରୀଙ୍କ ଦ୍ୱାରା ଏହି ରାସ୍ତା ପ୍ରସ୍ତୁତ କରାଯାଇଛି, ଯେଉଁଥିରେ ଏକ ପରାମର୍ଶଦାତା ଦଳ ମଧ୍ୟ ସାମିଲ ଅଛନ୍ତି।  ୭୫ କିଲୋମିଟର ସିଙ୍ଗଲ୍ ଲେନ୍ ବିଟୁମିନିୟସ୍ କଂକ୍ରିଟ୍ ରାସ୍ତାର ମୋଟ ଦୈର୍ଘ୍ୟ ୩୭.୫ କିଲୋମିଟର, ଦୁଇ ଲେନ ବିଶିଷ୍ଟ ପକ୍କା ରାସ୍ତା ସହିତ ସମାନ । ଜୁନ୍ ୩ ତାରିଖ ଦିନ ପ୍ରାୟ ୭ ଟାରୁ ଆରମ୍ଭ ହୋଇ ଜୁନ୍ ୭ ତାରିଖ ସନ୍ଧ୍ୟା ୫ ଟା ସୁଦ୍ଧା ଶେଷ ହୋଇଥିଲା । ଏହି ସଫଳତାରେ ନିତିନ ଗଡକରୀ ଏନଏଚଏଆଇ ଦଳକୁ ଅଭିନନ୍ଦନ ଜଣାଇଛନ୍ତି । ସେ କହିଛନ୍ତି ଯେ ଏନଏଚଏଆଇ ଗିନିଜ ୱାର୍ଲ୍ଡ ରେକର୍ଡ ସୃଷ୍ଟି କରିଛି ।  ‘ଆଜାଦି କା ଅମୃତ ମହୋତ୍ସବ’ ସମୟରେ, ଏନଏଚଏଆଇ କଂକ୍ରିଟ୍ ରାସ୍ତା ନିର୍ମାଣକୁ ସଫଳତାର ସହିତ ସମାପ୍ତ କରିଛି ।

ଏହାପୂର୍ବରୁ, ବିଟୁମିନିୟସ୍ ସଡକ ନିର୍ମାଣ ପାଇଁ ଗିନିଜ ୱାର୍ଲ୍ଡ ରେକର୍ଡ ଫେବୃଆରୀ ୨୦୧୯ରେ କତାରର ଦୋହା ଠାରେ ସ୍ଥିର ହୋଇଥିଲା।  ଏଠାରେ ୨୫.୨୭୫ କିଲୋମିଟର ରାସ୍ତା ତିଆରି କରାଯାଇଥିଲା । ଏହାକୁ ତିଆରି କରିବାକୁ ୧୦ ଦିନ ଲାଗିଗଲା । ଅମରାବତୀରୁ ଆକୋଲା ବିଭାଗ ଏନଏଚ-୫୩ ର ଏକ ଅଂଶ । କୋଲକାତା, ରାୟପୁର, ନାଗପୁର ଏବଂ ସୁରଟ ଭଳି ପ୍ରମୁଖ ସହରକୁ ସଂଯୋଗ କରୁଥିବା ଏହା ଏକ ଗୁରୁତ୍ୱପୂର୍ଣ୍ଣ ପୂର୍ବ କରିଡର।  ଗଡକରୀ ସମସ୍ତ ଇଞ୍ଜିନିୟର୍, କଣ୍ଟ୍ରାକ୍ଟର, ପରାମର୍ଶଦାତା, ରାଜ ପାଥ୍ ଇନଫ୍ରାକନ୍ ପିଭି ଲିମିଟେଡ୍ର କର୍ମକର୍ତ୍ତାଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି ଯେଉଁମାନେ ଏହି ବିଶ୍ୱ ରେକର୍ଡକୁ ସଫଳତାର ସହ ସମାପ୍ତ କରିବାରେ ସାହାଯ୍ୟ କରିଛନ୍ତି |

Leave a Reply

Your email address will not be published. Required fields are marked *