ଜୈବ ସାର ବ୍ୟବହାର ର ପ୍ରଶିକ୍ଷଣ ତାଲିମ୍ କାର୍ଯ୍ୟକ୍ରମ

କୋରାପୁଟ: ଆଜି ରାଷ୍ଟ୍ରୀୟ ବନସ୍ପତି ଗବେଷଣା ସଂସ୍ଥାନ ଲକ୍ଷ୍ନୌ ତରଫରୁ ସେମିଳିଗୁଡା ବ୍ଲକର ପୁଟସିଲ ଓ ଲକ୍ଷ୍ମୀପୁର ବ୍ଲକ ର କାନପlଡ଼ି ଗାଁ ଠାରେ ଜୈବ ସାରର ବ୍ୟବହାର ଓ ଲାଭ ସମ୍ପର୍କରେ ତାଲିମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ରାଷ୍ଟ୍ରୀୟ ବନସ୍ପତି ଗବେଷଣା ସଂସ୍ଥାନର ପ୍ରଧାନ ବୈଜ୍ଞାନିକ ଡ. ପୁନିତ୍ ସିଂ ଚୌହାନ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଧାନ ଗଛର ଚେର , ହଳଦୀ,ଅଦା ଏବଂ ମକା ଫସଲରେ ଜୈବ ସାର ପ୍ରୟୋଗ ଦ୍ଵାରା ରୋଗ ପୋକ କମ୍ ହେବା ସହ ରାସାୟନିକ ସାର ଶତକଡା ୩୦ ଭାଗ ପର୍ଯ୍ୟନ୍ତ କମ୍ କରାଯାଇ ପାରିବ ବୋଲି କହିଥିଲେ l ଏଥି ସହିତ ରାଷ୍ଟ୍ରୀୟ ବନସ୍ପତି ଗବେଷଣା ସଂସ୍ଥାନର ବୈଷୟିକ ଅଧିକାରୀ ଡ. ଶଶାଙ୍କ ମିଶ୍ର ବୈଷୟିକ ତାଲିମ୍ ପ୍ରଦାନ କରିଥିଲେ l ଉମା ଶଙ୍କର ସବୁଜ ଦୁନିଆର ଅଧ୍ୟକ୍ଷ କ୍ରିଷ୍ଣା ନାୟକ ଯୋଗ ଦେଇ ମାଟି ସହିତ ସ୍ବାସ୍ଥ୍ୟର ନିବିଡ ସମ୍ପର୍କ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥଲେ l


ବିଜ୍ଞାନ ପ୍ରଚାରକ ଲକ୍ଷ୍ମୀ ନାରାୟଣ ବକ୍ସି ସଭା କାର୍ଯ୍ୟ ପରିଚାଳନା କରିଥିଲେ l ଏହି ଦୁଇ କାର୍ଯ୍ୟକ୍ରମରେ ପ୍ରାୟ , 200 ଜଣ ଚାଷୀଙ୍କୁ ଏକ କେଜି ଲେଖାଏଁ ଜୈବ ସାର ପ୍ରଦାନ କରାଯାଇଥିଲା । ଏହି ଦୁଇ କାର୍ଯ୍ୟକ୍ରମରେ ଓରମାସ୍ ସହଯୋଗ କରିଥିଲେ l

You May Also Like

More From Author

+ There are no comments

Add yours