Wed. Oct 14th, 2026

ଉତ୍ତର ସିକିମ୍‌ରେ ହୋଇଥିବା ବାଦଲ ଫଟା ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହି ବନ୍ୟାରେ ୨୩ ସେନା ନିଖୋଜ ହୋଇଯାଇଛନ୍ତି। ଏହି କାରଣରୁ ଉପତ୍ୟକାର କିଛି ସାମରିକ ପ୍ରତିଷ୍ଠାନ ପ୍ରଭାବିତ ହୋଇଛି। ଚୁଙ୍ଗଥାଙ୍ଗ ଡ୍ୟାମରୁ ଜଳ ଛାଡିବା ହେତୁ ହଠାତ୍ ଜଳ ସ୍ତର ୧୫-୨୦ ଫୁଟ ଉଚ୍ଚକୁ ବୃଦ୍ଧି ପାଇଥିଲା ।
ପରିସ୍ଥିତି ନେଇ ପ୍ରତିରକ୍ଷା PRO କହିଛି ଯେ ଚୁଙ୍ଗଥାଙ୍ଗ ଡ୍ୟାମରୁ ଜଳ ମୁକ୍ତ ହେବା କାରଣରୁ ହଠାତ୍ ଜଳସ୍ତର ବୃଦ୍ଧି ପାଇଥିଲା। ସିଙ୍ଗତାମ ନିକଟ ବରଦାଙ୍ଗରେ ପାର୍କିଂ ହୋଇଥିବା ସେନା ଗାଡି ବନ୍ୟାରେ ଭାସି ଯାଇଥିଲା । ଏଥିରେ ୨୩ ଜଣ ସେନା କର୍ମଚାରୀ ନିଖୋଜ ଅଛନ୍ତି। ଏନେଇ ସର୍ଚ୍ଚ ଅପରେସନ ଜାରି ରହିଛି। ଏହା ବ୍ୟତୀତ କିଛି ଗାଡି କାଦୁଅରେ ବୁଡ଼ିଯିବାର ଖବର ମଧ୍ୟ ରହିଛି।

Leave a Reply

Your email address will not be published. Required fields are marked *