କୋଇଡ଼ାରେ ଘର ଭାଙ୍ଗି ମହିଳାଙ୍କୁ ଦଳିଦେଲା ହାତୀ

ଶବ୍ଦ ଓଡିଶା ବ୍ୟୁରୋ: ଶୋଇଥିବା ବେଳେ ଦଳିଦେଲା ଦନ୍ତା । ସୁନ୍ଦରଗଡ଼ କୋଇଡ଼ା ଥାନା ଡେଙ୍ଗୁଳା ଗାଁର ସୀତା ମୁଣ୍ଡାଙ୍କର ହାତୀ ଆକ୍ରମଣରେ ମୃତ୍ୟୁ ହୋଇଛି । ରାତିରେ ଏକ ଦନ୍ତାହାତୀ ତାଙ୍କ ଘରେ ପଶି ଘର ଭାଙ୍ଗିଥିବା ବେଳେ ଜୀବନ ବିକଳରେ ପରିବାର ଲୋକ ବାହାରି ଆସିଥିଲେ ।ତେବେ ସୀତା ମୁଣ୍ଡାଙ୍କୁ ହାତୀ ଦଳି ଦେବାରୁ ତାଙ୍କୁ ମୃତ୍ୟୁ ହୋଇଥିଲା ।
କିଛି ଦିନ ହେଲା ଡେଙ୍ଗୁଳା ଗାଁରେ ଏକ ଦନ୍ତା ହାତୀ ଆତଙ୍କ ସୃଷ୍ଟି କରିଛି । ଯାହାକୁ ନେଇ ଆତଙ୍କିତ ଅଛନ୍ତି ସ୍ଥାନୀୟ ଲୋକେ । ଖବର ପାଇ କୋଇଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

You May Also Like

More From Author

+ There are no comments

Add yours