ଥଣ୍ଡା ପାଣିରେ ପ୍ରସ୍ତୁତ ହେଉଛି ମ୍ୟାଜିକ ଚାଉଳ। ପଢନ୍ତୁ କେମିତି…

ଶବ୍ଦ ଓଡିଶା ବ୍ୟୁରୋ: ବର୍ତ୍ତମାନ ବଜାରରେ ଅନେକ ପ୍ରକାର ଚାଉଳ ଉପଲବ୍ଧ ରହିଛି । ଲୋକମାନେ ସେମାନଙ୍କ ଆବଶ୍ୟକତା ତଥା ଇଚ୍ଛା ଅନୁସାରେ ବିଭିନ୍ନ ପ୍ରକାରର ଚାଉଳକୁ ମଧ୍ୟ ଖାଉଛନ୍ତି । ତେବେ ଆପଣ କେବେ ଶୁଣିଛନ୍ତି କି ମ୍ୟାଜିକ ଚାଉଳ ବାବଦରେ । ବଜାରରେ ଏବେ ଏହି ଚାଉଳ ଉପଲବ୍ଧ ହେଉଛି । ତେବେ ସବୁଠାରୁ ବଡ କଥା ଏହା ଥଣ୍ଡାପାଣିରେ ମଧ୍ୟ ପ୍ରସ୍ତୁତ ହୋଇପାରୁଛି । ଏହି ପ୍ରଜାତିର ଚାଉଳର ନାଁ ହେଉଛି କୋମଲ । ଏହା ଥଣ୍ଡା ପାଣିରେ ପ୍ରସ୍ତୁତ ହୋଇପାରୁଥିବା ଭାତ ।

ଏହି ଚାଉଳକୁ ବ୍ରହ୍ମପୁତ୍ର ନଦୀ ନିକଟସ୍ଥ ମାଜଲୀ ଦ୍ୱୀପରୁ ଅଣାଯାଇଥିଲା । ସମ୍ପୂର୍ଣ୍ଣ ଜୈବିକ ପଦ୍ଧତିରେ ଏହାକୁ ପ୍ରସ୍ତୁତ କରଯାଇଥାଏ । ଚାଉଳରେ ପୋଷକତତତ୍ତ୍ୱ ଭରପୁର ପରିମାଣରେ ରହିଛି । ତେଣୁ ବଜାରରେ ମଧ୍ୟ ଏହାର ଚାହିଦା ବେସ ଅଧିକ ରହିଛି ।

କୋମଲ ଚାଉଳକୁ ରୋଷେଇ କରିବାକୁ ହେଲେ କୌଣସି ଚୁଲା ବା ନିଆଁର ଆବଶ୍ୟକ ନାହିଁ । କେବଳ୩୦ ମିନିଟରେ ଏହାକୁ ଥଣ୍ଡାପାଣିରେ ପ୍ରସ୍ତୁତ କରାଯାଇଥାଏ । ଆପେ ଆପେ ଏହା ପ୍ରସ୍ତୁତ ହୋଇଯାଇଥାଏ । ବଜାରରେ ଏହା କିଲୋ ୬୦ରୁ ୮୦ ଟଙ୍କାରେ ବିକ୍ରି ହେଉଛି । ଏହାର ସ୍ୱାଦ ମଧ୍ୟ ବେଶ ଭଲ ରହିଛି ।

You May Also Like

More From Author

+ There are no comments

Add yours