Wed. Oct 14th, 2026

ଶବ୍ଦ ଓଡିଶା ବ୍ୟୁରୋ: ଭାରସାମ୍ୟ ହରାଇ ଚମ୍ପା ଘାଟିରେ ୧୫ ଫୁଟ ତଳକୁ ଖସିଲା ପିକଅପ ଭ୍ୟାନ୍ । ଦୁର୍ଘଟଣାରେ ୧୫ ଜଣ ଶ୍ରମିକ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଛି। ଗଜପତି ଜିଲ୍ଲା ଆର.ଉଦୟଗିରି ଥାନା ଚମ୍ପା ଘାଟିରେ ଏହି ଦୁର୍ଘଟଣା ଘଟିଛି । ଗୁରୁତରଙ୍କୁ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି ।

ଲୁବୁରସିଂ ଗାଁରୁ କାମ ସାରି ପିକ୍ଆପ୍ ଭ୍ୟାନରେ ଏହି ୧୫ ଜଣ ଶ୍ରମିକ ପୁରୁଣାପାଣି ଫେରୁଥିଲେ। ବାଟରେ ଭ୍ୟାନ୍‌ଟି ଭାରସାମ୍ୟ ହରାଇ ଘାଟିର ୧୫ ଫୁଟ ତଳକୁ ଖସି ପଡିଥିଲା। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଆର.ଉଦୟଗିରି ମେଡିକାଲ୍‌ରେ ଭର୍ତ୍ତି କରିଥିଲା।

Leave a Reply

Your email address will not be published. Required fields are marked *