ଭୁବନେଶ୍ୱରରେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଶବ୍ଦ ଓଡିଶା ବ୍ୟୁରୋ: ଭୁବନେଶ୍ୱରରେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ସେ ବେକରେ ଶାଢ଼ି ଲଗାଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ମୃତ ମହିଳାଙ୍କ ନାଁ ଜେ.କେ ମିଲନ୍ ବୋଲି ଜଣାପଡିଛି । ତାଙ୍କ ବୟସ ପାଖାପାଖି ୪୦ ବର୍ଷ । ଆତ୍ମହତ୍ୟା କରିବା ପୂର୍ବରୁ ତାଙ୍କର ଦୁଇ ପିଲାଙ୍କୁ ସେ ପଠାଇ ଦେଇଥିଲେ ବୋଲି କୁହାଯାଉଛି ।
ମିଲନଙ୍କ ସ୍ୱାମୀ ମଧ୍ୟ ଘରେ ନଥିଲେ । ଲକ୍ଷ୍ମୀସାଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ କବାଟ ଭାଙ୍ଗି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ବୋଲି ପୁଲିସ ଅନୁମାନ କରୁଛି ।

You May Also Like

More From Author

+ There are no comments

Add yours