Thu. Oct 15th, 2026

ଶବ୍ଦ ଓଡିଶା ବ୍ୟୁରୋ: କେନ୍ଦ୍ରୀୟ ଖାଦ୍ୟ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଅନୁସଂଧାନ ସଂସ୍ଥାନ( ସି ଏଫ୍ ଟି ଆର ଆଇ) ହାଇଦ୍ରାବାଦ ଦ୍ଵାରା ଫଳ ଓ ପନିପରିବାରୁ ମୂଲ୍ୟ ଯୁକ୍ତ ସାମଗ୍ରୀ ପ୍ରସ୍ତୁତ ତାଲିମ୍ ପ୍ରଦାନ l ନବରଙ୍ଗପୁର ଜିଲ୍ଲାର ୧୫ ଜଣ ମହିଳାଙ୍କୁ ଚାରି ଦିନିଆ ତାଲିମ୍ କାର୍ଯ୍ୟକ୍ରମ ହାଇଦ୍ରାବାଦ ଠାରେ ଅନୁଷ୍ଠିତ ହୋଇଯାଅଛି l
ଏହି କାର୍ଯ୍ୟକ୍ରମରେ ଫଳ ଓ ପନିପରିବା, ମିଲେଟରୁ ମୂଲ୍ୟ ଯୁକ୍ତ ସାମଗ୍ରୀ ପ୍ରସ୍ତୁତ ଉପରେ ସି ଏଫ୍ ଟି ଆର ଆଇ ପାଇଲଟ୍ ପ୍ଲାଣ୍ଟରେ ତାଲିମ୍ ପ୍ରଦାନ କରାଯାଇଥିଲା l ଟମାଟୋ, ଆମ୍ବ ଓ ମିଶ୍ରିତ ଆଚାର, ଜାମ,ସାଙ୍ଗକୁ ଆଳୁରୁ ବିଭିନ୍ନ ପ୍ରକାରର ସାମଗ୍ରୀ ପ୍ରସ୍ତୁତ ମହିଳା ମାନେ ତିଆରି କରିଥିଲେ l

କଦଳୀ, ଅମୃତଭଣ୍ଡା, ପିଜୁଳି ବ୍ଯବହାର କରି ମିଶ୍ରିତ ଜାମ ପ୍ରସ୍ତୁତ ତାଲିମ୍ ପ୍ରଦାନ କରାଯାଇଥିଲା l ଏଥିସହ ମିଲେଟ ପ୍ରସ୍ତୁତ ବିସ୍କଟ୍, କେକ୍ ପ୍ରସ୍ତୁତ କରିବା ସହ ଚକଲେଟ ମଧ୍ୟ ମହିଳାମାନେ ତିଆରି କରିଥିଲେ l ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ବୈଜ୍ଞାନିକ ଡକ୍ଟର ପି ଜ୍ୟୋତିର୍ମୟୀ ପରିଚାଳନା କରିବା ସହ, ବରିଷ୍ଠ ପ୍ରଧାନ ବୈଜ୍ଞାନିକ ଡକ୍ଟର ଭି ଏନ୍ ବିଜେନ୍ଦ୍ର,ପ୍ରଧାନ ବୈଜ୍ଞାନିକ ଡକ୍ଟର କେ ସତ୍ୟମଲା, ମୁଖ୍ୟ ବୈଷୟିକ ଅଧିକାରୀ ପି ଜି ପ୍ରଭାକର ରାଓ, ବରିଷ୍ଠ ବୈଷୟିକ ଅଧିକାରୀ ଏ ନଗେନ୍ଦ୍ର,ଓ ସି ଏଫ୍ ଟି ଆର ଆଇ ରି ଅନ୍ୟାନ୍ୟ କର୍ମକର୍ତ୍ତା ଏହି ତାଲିମ୍ କାର୍ଯ୍ୟକ୍ରମରେ ସହଯୋଗ କରିଥଲେ l

Leave a Reply

Your email address will not be published. Required fields are marked *