ଶବ୍ଦ ଓଡିଶା ବ୍ୟୁରୋ: ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳଙ୍କ ଘରୁ ଜବତ ହେଲା ନଗଦ ୩ କୋଟି ୩ ଲକ୍ଷ ଟଙ୍କା । ବେନାମୀ ଆକାଉଣ୍ଟରେ ୩୦ ଲକ୍ଷ ଟଙ୍କାର ଇନୋଭା କାର ରହିଛି । ବହି ରାକ ପଛପଟେ କାନ୍ଥରେ ୧୦ ଲକ୍ଷ ଟଙ୍କା ଲୁଚାଇ ରଖଥିବା ୧୦ ଲକ୍ଷ ଟଙ୍କା ମଧ୍ୟ ଜବତ ହୋଇଛି ଆଉ ଭିଜିଲାନ୍ସ ଚଢ଼ାଉ ବେଳେ ଚୋରି ଟଙ୍କାକୁ ଲୁଚାଇବାକୁ ଯାଇ ପେଟି ଭିତରେ ଥିବା ୨ କୋଟି ନଗଦ ଟଙ୍କାକୁ ପଡୋଶୀ ଘରର ଛାତ ଉପରକୁ ଫୋପାଡି ଦେଇଛନ୍ତି ତାହା ସମସ୍ତଙ୍କ ତାଜୁବ କରିଛି ।
