ତହସିଲ ଅଫିସରେ ଆରଆଇଙ୍କ ମୃତଦେହ ଉଦ୍ଧାର

ଶବ୍ଦ ଓଡିଶା ବ୍ୟୁରୋ: କଟକ ନିଶ୍ଚିତକୋଇଲି ତହସିଲ ଆରଆଇଙ୍କ ଆତ୍ମହତ୍ୟା । ତହସିଲ କାର୍ଯ୍ୟାଳୟର ଦ୍ୱିତୀୟ ମହଲାରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ଆଇଆଇ ହେଉଛନ୍ତି ସଞ୍ଜୟ ଦାସ । ଗତକାଲି ଅପରାହ୍ଣ ୫ଟାରେ ନିଶ୍ଚିତକୋଇଲି ବଜାରକୁ ଚା’ ପିଇବାକୁ ଯିବେ ବୋଲି କହି ଯାଇଥିଲେ । ହେଲେ ଅଫିସର ଦ୍ୱିତୀୟ ମହଲାରେ ଥିବା ଏକ ଘରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଥାନାରେ ଅଭିଯୋଗ ହୋଇଛି ।
ବଦଳିକୁ ନେଇ ସଞ୍ଜୟ ଚାପରେ ଥିବା ତାଙ୍କ ଝିଅ କହିଛନ୍ତି । ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଅଫିସରେ ଲାଗିଥିବା ସିସିଟିଭିକୁ ଯାଞ୍ଚ କରୁଛି ପୋଲିସ ।

You May Also Like

More From Author

+ There are no comments

Add yours