ଆସନ୍ତା ଜୁନରେ ହୋଇପାରେ ନିଅଣ୍ଟିଆ ବର୍ଷା

ଶବ୍ଦ ଓଡିଶା ବ୍ୟୁରୋ: ଜୁନ୍ ମାସରେ ହୋଇପାରେ ନିଅଣ୍ଟିଆ ବର୍ଷା । ଦକ୍ଷିଣ-ପଶ୍ଚିମ ମୌସୁମୀ ବର୍ଷାକୁ ନେଇ ଏଭଳି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତେବେ ସାମଗ୍ରିକ ଭାବେ ମୌସୁମୀ ରୁତୁରେ ସ୍ୱାଭାବିକ ବର୍ଷା ହେବ । ଜୁନରୁ ସେପ୍ଟେମ୍ବର ମଧ୍ୟରେ ବର୍ଷାର ପରିମାଣ ସ୍ୱାଭାବିକ ରହିବ ବୋଲି, ପାଣିପାଗ କେନ୍ଦ୍ର ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି ।

ଜୁନ୍ ମାସରେ କେବଳ ନିଅଣ୍ଟିଆ ବର୍ଷା ନୁହେଁ, ଦିନ ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରହିବା ସମ୍ଭାବନା ଥିବା ଆକଳନ କରିଛି ପାଣିପାଗ କେନ୍ଦ୍ର । ଏବଂ ଜୁନ୍ ୪ତାରିଖ ସୁଦ୍ଧା କେରଳ ଛୁଇଁପାରେ ମୌସୁମୀ । ଅର୍ଥାତ ଜୁନ୍ ପହିଲା ସୁଦ୍ଧା ମୌସୁମୀ ପହଁଚିବାର ସମ୍ଭାବନା ନାହିଁ । ତେବେ ଚଳିତ ବର୍ଷ ସ୍ୱାଭାବିକ ବର୍ଷା ହେବା ଆକଳନ କରିଛି ଆଇଏମଡି ।

You May Also Like

More From Author

+ There are no comments

Add yours