ସାତକୋଶିଆ ଗଣ୍ଡ ପରିଦର୍ଶନ କଲା ମହାନଦୀ ଟ୍ରିବ୍ୟୁନାଲ ଟିମ୍

ଶବ୍ଦ ଓଡିଶା ବ୍ୟୁରୋ: ସାତକୋଶିଆ ବୁଲିଲେ ମହାନଦୀ ଟ୍ରିବ୍ୟୁନାଲ ଟିମ୍ । ସାତକୋଶିଆ ଗଣ୍ଡରେ ଜଳର ସ୍ରୋତ ଓ ଗଭୀରତାର ସ୍ଥିତି ପରଖିବା ସହ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଉଭୟ ଆକାଶ ମାର୍ଗ ଓ ସ୍ଥଳ ପଥରେ ଦୁଇଟି ଟିମ୍ ଟିକରପଡ଼ାରେ ପହଞ୍ଚିଥିଲେ ।

ମହାନଦୀ ଉପରେ ଛତିଶଗଡ଼ ସରକାର ଏକାଧିକ ବ୍ୟା‌ରେଜ୍‌ ନିର୍ମାଣ କରିବା ଫଳରେ ଖରାଦିନେ ମହାନଦୀ ଶୁଖିଲା ପଡ଼ୁଛି। ଏଥିପାଇଁ ଓଡ଼ିଶାର ଉପକୂଳ ଅଞ୍ଚଳ ବିଶେଷ ପ୍ରଭାବିତ ହେଉଛି। ଏପଟେ ବର୍ଷାଦିନେ ମହାନଦୀରେ ବନ୍ୟା ଆସି ପ୍ରଳୟ କରୁଛି। ଏହାକୁ ନେଇ ଓଡ଼ିଶା ଓ ଛତିଶଗଡ଼ ଭିତରେ ବିବାଦ ଲାଗି ରହିଥିଲାବେଳେ ସ୍ଥିତି ଅନୁଧ୍ୟାନ ପାଇଁ ଗଠିତ ଟ୍ରିବ୍ୟୁନାଲ୍‌ର ଅଧ୍ୟକ୍ଷଙ୍କ ସମେତ ୯ଜଣିଆ ଟିମ୍‌ ଏବଂ ଛତିଶଗଡ଼ର ଏକ ଟିମ୍‌ ଗତକାଲି ଅପରାହ୍ଣ ପ୍ରାୟ ୨ଟା ବେଳେ ଟିକରପଡ଼ାରେ ପହଞ୍ଚିଥିଲେ ।

You May Also Like

More From Author

+ There are no comments

Add yours