ଅମୃତମଣୋହୀ ଜମି ମହାପ୍ରଭୁଙ୍କୁ ଫେରାଇବା ଅଭିଯାନ, ବେଦାନ୍ତ ବିରୋଧୀଙ୍କ ବିଜୟ ଅଭିଯାନ ପ୍ରସ୍ତୁତି ବୈଠକ

ଶବ୍ଦ ଓଡିଶା ବ୍ୟୁରୋ: ପୁରୀ- କୋଣାର୍କ ବେଳାମାର୍ଗ ଉପକଣ୍ଠ ୨୨ ମୌଜା ଅଞ୍ଚଳର ପ୍ରାୟ ୧୦ ହଜାରରୁ ଉର୍ଦ୍ଧ୍ଵ ଏକରର ମୂଲ୍ୟବାନ ଚାଷଜମି ଓ ଘରବାରୀ ଜମିକୁ ଶାଗମାଛ ଦରରେ ଏକ ବିଶ୍ବସ୍ତରୀୟ ବିଶ୍ବବିଦ୍ୟାଳୟ କରିବା ଆଳରେ ବେଦାନ୍ତ କମ୍ପାନୀ ହାତେଇଥିଲା । ବେଦାନ୍ତ କମ୍ପାନୀକୁ ଏହି ଜମି ହସ୍ତାନ୍ତର କରିବା ପାଇଁ ରାଜ୍ୟ ସରକାର ଅହେତୁକ ଅନୁକମ୍ପା ଦର୍ଶାଇ ସରକାରୀ ଜମି, ସ୍ଥିତିବାନ ଜମି ସହ ଶ୍ରୀଜଗନ୍ନାଥଙ୍କ ଅମୃତ ମଣୋହୀ ଜମି ମଧ୍ୟ ହସ୍ତାନ୍ତର କରିଥିଲେ । ଯାହାକୁ ନେଇ ତୀବ୍ର ଜନ ଅସନ୍ତୋଷ ମୁଣ୍ଡ ଟେକିଥିଲା ଓ ପରବର୍ତ୍ତୀ ସମୟରେ ବେଦାନ୍ତ ବିଶ୍ବବିଦ୍ୟାଳୟ ବିରୋଧି ସଂଘର୍ଷ ସମିତି ଏହାକୁ ଦୃଢ଼ ବିରୋଧ କରିଥିଲା ।

ପୂର୍ବତନ ବିଧାୟକ ଉମାବଲ୍ଲଭ ରଥଙ୍କ ନେତୃତ୍ବରେ ବେଦାନ୍ତ ବିରୋଧୀମାନେ କେବଳ ପୁରୀ ସହର ନୁହେଁ, ରାଜ୍ୟବାସୀଙ୍କୁ ଏହି ବେଆଇନ୍ ଜମି ହସ୍ତାନ୍ତର ନେଇ ସଚେତନ କରିବା ସହ ନୂଆଦିଲ୍ଲୀ ଠାରେ ବିଶାଳ ଶୋଭାଯାତ୍ରାରେ ପ୍ରତିବାଦ କରିଥିଲେ । ଶେଷରେ ସୁପ୍ରିମକୋର୍ଟ ବେଦାନ୍ତ କମ୍ପାନୀର ଏହି ଜମି ଅଧିଗ୍ରହଣକୁ ବେଆଇନ ଦର୍ଶାଇ ୫ଲକ୍ଷ ଟଙ୍କା ଜରିମାନା କରିବା ସହ ରାଜ୍ୟ ସରକାରଙ୍କ ଅହେତୁକ ଅନୁକମ୍ପା ଯୋଗୁଁ ଭର୍ତ୍ସନା କରିଥିଲେ । ଏବେ ଜମିହରା ପ୍ରଜାମାନେ କିପରି ତାଙ୍କ ଜମି ଫେରିପାଇବେ ସେଥି ନେଇ ପୁଣି ସଂଘର୍ଷ ଆରମ୍ଭ କରୁଥିବା ଜଣାଯାଇଛି।

ପୁରୀ ସଦର ୨୨ ମୌଜା ଅନ୍ତର୍ଗତ ତଥା ବୀରହରେକୃଷ୍ଣପୁର ପଞ୍ଚାୟତର ଉତ୍ତରେଶ୍ୱରପଡା ଓ ରାହାଙ୍ଗୀରିଆଠାରେ ବେଦାନ୍ତ ବିଶ୍ବବିଦ୍ୟାଳୟ ସଂଘର୍ଷ ସମିତି ସଭାପତି ଦାମୋଦର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆହୁତ ବୈଠକରେ ପୂର୍ବତନ ବିଧାୟକ ଉମା ବଲ୍ଲଭ ରଥ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ଆମ ମହାପ୍ରଭୁ ଶ୍ରୀଜଗନ୍ନାଥ ସତ୍ୟ, ନ୍ଯାୟ ଓ ଧର୍ମର ଦେବତା । ବେଦାନ୍ତ ଦ୍ବାରା ଶୋଷିତ ଚାଷୀ ଆଜି ସେହି ମହାପ୍ରଭୁଙ୍କ ଉପରେ ସବୁ ଛାଡ଼ି ଦେଇ ରାଜରାସ୍ତା ଓ ନ୍ଯାୟାଳୟରେ ଲଢେ଼ଇ ଜାରି ରଖିଥିଲା । ଶେଷରେ ସତ୍ଯ ନ୍ଯାୟ ଓ ଧର୍ମର ବିଜୟ ହୋଇଛି ବୋଲି କହିଛନ୍ତି । ପରେ ପରେ ଜମିହରା ପ୍ରଜାମାନେ କିପରି ତାଙ୍କ ଜମି ଓ ଶ୍ରୀଜଗନ୍ନାଥଙ୍କ ଅମୃତ ମଣୋହୀ ଜମି ଫେରିପାଇବେ, ଏହି ମାମଲାରେ ବେଦାନ୍ତ ବିଶ୍ବବିଦ୍ୟାଳୟ ସଂଘର୍ଷ ସମିତି ର ବିଜୟ ଉତ୍ସବ ପାଳନ କରାଯିବା ପାଇଁ ଆୟୋଜିତ ବୈଠକରେ ନିର୍ଦ୍ଧିଷ୍ଟ ନିଷ୍ପତ୍ତି ନିଆଯାଇଛି ।

ବୈଠକରେ ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ଶମ୍ଭୁନାଥ ପାଣିଗ୍ରାହୀ, ବିଷ୍ଣୁ ପ୍ରସାଦ ମିଶ୍ର, ପୁରୀ ସଦର ବ୍ଲକ କଂଗ୍ରେସ କମିଟି ସଭାପତି ଅବିନାଶ ମିଶ୍ର, ଲକ୍ଷ୍ମଣ ପ୍ରଧାନ, ହରପ୍ରସାଦ ଜେନା, ପର୍ଶୁରାମ ପ୍ରଧାନ, ଗଙ୍ଗାଧର ପ୍ରଧାନ, ପ୍ରଭାକର ସ୍ୱାଇଁ, ମାନସ ମିଶ୍ର, ପ୍ରମୁଖ ଯୋଗ ଦେଇଥିଲେ । ପ୍ରାରମ୍ଭରେ ବେଦାନ୍ତର ଏହି ଜମି ଦଖଲକୁ ସୁପ୍ରିମକୋର୍ଟ ବେଆଇନ ଦର୍ଶାଇବା ନେଇ ଏକ ବିଜୟ ଉତ୍ସବ ପାଳନ ଓ ଏଥିରେ ସହଯୋଗ କରିଥିବା ପ୍ରଶାନ୍ତ ଭୁଷଣ ଓ ମେଧା ପାଟେକରଙ୍କୁ ସମ୍ମାନିତ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ଏହି ଅବସରରେ ନିଜ ଭାତହାଣ୍ଡିକୁ ସୁରକ୍ଷାର ସହ ଫେରିପାଇବାର ।

You May Also Like

More From Author

+ There are no comments

Add yours