ଗଡିବନି ପୁରୀ–ହାୱଡା ବନ୍ଦେ ଭାରତ ଏକ୍ସପ୍ରେସ

ଶବ୍ଦ ଓଡିଶା ବ୍ୟୁରୋ: ଗଡିବନି ପୁରୀ –ହାୱଡା ବନ୍ଦେ ଭାରତ ଏକ୍ସପ୍ରେସ । କାଳବୈଶାଖୀ ଯୋଗୁଁ ଗଛ ପଡି ସାମ୍ନା କାଚ ଭାଙ୍ଗି ଯାଇଥିବାରୁ ଗତକାଲି ବିଳମ୍ବରେ ପହଞ୍ଚିଥିଲା ଟ୍ରେନ୍ । ୩ ଘଣ୍ଟା ଟ୍ରାକରେ ଅଟକି ରହିବା ପରେ ଆରମ୍ଭ ହୋଇଥିଲା ମରାମତି କାମ ।

ଗତକାଲି ରବିବାର ଦିନ କାଳବୈଶାଖୀ ଝଡ ଯୋଗଁ କ୍ଷତିଗ୍ରସ୍ତ ହୋଇ ଭଦ୍ରକ ମଞ୍ଜୁରୀ ରୋଡ ନିକଟ ବୈତରଣୀ ପୋଲ ଉପରେ ଅଟକି ରହିଥିଲା । ବୈତରଣୀ ନଦୀ ସେତୁ ସମ୍ପୂର୍ଣ୍ଣ ପାର ହୋଇନଥିବା ବେଳେ ଝଡତୋଫାନ ଯୋଗୁଁ ବିଦ୍ୟୁତ ତାର ଛିଣ୍ଡି ପଡିବା ସହ ଗଛ ଡାଳ ପଡି ସାମ୍ନା କାଚ ଭାଙ୍ଗି ଚୁରମାର ହୋଇଯାଇଥିଲା । ଦୀର୍ଘ ୩ ଘଣ୍ଟା ଧରି ଟ୍ରେନଟି ଟ୍ରାକରେ ଅଟକି ରହିଥିବା ବେଳେ ମରାମତି କାମ ଆରମ୍ଭ ହୋଇଥିଲା ।

You May Also Like

More From Author

+ There are no comments

Add yours