ବଲାଙ୍ଗୀରରେ ଯୁବକଙ୍କୁ ମାରି ଖଣ୍ଡଖଣ୍ଡ କରିଦେଲେ

ଶବ୍ଦ ଓଡିଶା ବ୍ୟୁରୋ: ବଲାଙ୍ଗୀରରେ ଚାଞ୍ଚଲ୍ୟ। ସହରରେ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ। ଜଣେ ଯୁବକଙ୍କୁ ବୀଭତ୍ସ ଭାବରେ ହତ୍ୟା କରାଯାଇଛି। ଯୁବକର ମୁଣ୍ଡ, ଗଣ୍ଡି ଅଲଗା କରି ହାଣି ଦିଆଯାଇଛି। କେବଳ ସେତିକି ନୁହେଁ, ପ୍ରମାଣ ନଷ୍ଟ କରିବା ପାଇଁ ହୋଇଥିଲା ଉଦ୍ୟମ। ଅଙ୍ଗପ୍ରତ୍ୟଙ୍ଗକୁ କାଟି ପଲିଥିନରେ ଭର୍ତ୍ତି କରାଯାଇଥିଲା। ବନ୍ଦ କୋଠରି ଭିତରେ ଦେଖିବାକୁ ମିଳିଛି ଏଭଳି ଦେହଥରା ଦୃଶ୍ୟ।

ବଲାଙ୍ଗୀର ସହରର ୧୮ ନଂ. ୱାର୍ଡ ସାଲେପାଲିପଡ଼ାରେ ଏହି ଘଟଣା ଘଟିଛି। ମୃତକ ଯୁବକ ଜଣ‌କ ହେଲେ ରିଙ୍କୁ ମେହେର । ପୁଲିସ ଶବ ନିକଟରୁ ରକ୍ତଲଗା ଟାଙ୍ଗିଆ ସହ ବ୍ଲେଡ୍‌ ଜବତ କରିଛି। ପାରିପାର୍ଶ୍ବିକ ସ୍ଥିତିରୁ ହତ୍ୟାକାଣ୍ଡରେ ଏକାଧିକ ଲୋକ ସଂପୃକ୍ତ ଥିବା ସନ୍ଦେହ କରାଯାଉଛି।

You May Also Like

More From Author

+ There are no comments

Add yours