୨୧ ଯାଏ ଜାରି ରହିବ ଗ୍ରୀଷ୍ମ ପ୍ରବାହ; ଉପକୂଳ ଓଡ଼ିଶାରେ ଅସହ୍ୟ ଗୁଳୁଗୁଳି

ଶବ୍ଦ ଓଡିଶା ବ୍ୟୁରୋ: ତାତିରୁ ତ୍ରାହି ନାହିଁ । ଆହୁରି ୩ ଦିନ ଡହଡହ ଖରାରେ ସିଝିବ ଅଧା ଓଡିଶା । ୨୧ ତାରିଖ ପର୍ଯ୍ୟନ୍ତ ଅଧିକାଂଶ ସହରର ତାପମାତ୍ରା ୪୨ଡିଗ୍ରୀ ଉପରେ ରହିପାରେ । ନୂଆପଡା, ଝାରସୁଗୁଡା, ସୁନ୍ଦରଗଡ, ସମ୍ବଲପୁର, ବରଗଡ, ଅନୁଗୁଳ, ବଲାଙ୍ଗୀର, ସୋନପୁର, ବୌଦ୍ଧ ଏବଂ କଳାହାଣ୍ଡିରେ ତାପମାତ୍ରା ଅଧିକ ରହିବ ।
ଉପକୂଳ ଓଡିଶାରେ ପ୍ରବଳ ମାତ୍ରାରେ ଗୁଳୁଗୁଳି ହେବ । । ସ୍ଥାନେ ସ୍ଥାେନେ କାଳବୈଶାଖୀ ହେବାର ସମ୍ଭାବନା ରହିଥିଲେ ମଧ୍ୟ ବିଶେଷ ଭାବରେ ତାହାର ସୁଫଳ ମିଳିବ ନାହିଁ । ତାତି ବଢୁଥିବାରୁ ସକାଳ ୧୧ଟାରୁ ଅପରାହ୍ଣ ୩ଟା ଯାଏ ସତର୍କତା ଅବଲମ୍ବନ କରିବାକୁ ଆଚଂଳିକ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।

You May Also Like

More From Author

+ There are no comments

Add yours