ମେଦିନାପୁରରେ ବଡ଼ଧରଣର ବିସ୍ଫୋରଣ : ୧୨ ମୃତ, ୨୦ ଆହତ

ଶବ୍ଦ ଓଡିଶା ବ୍ୟୁରୋ: ପଶ୍ଚିମବଙ୍ଗରେ ବଡ଼ଧରଣର ବାଣ ବିସ୍ଫୋରଣ । ମେଦିନୀପୁର ଜିଲ୍ଲାର ଏଗ୍ରାରେ ଏକ ବେଆଇନ ବାଣ କାରଖାନାରେ ବିସ୍ଫୋରଣରେ ୧୨ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୨୦ ଜଣ ଆହତ ହୋଇଛନ୍ତି । ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ, କାରଖାନା ଚାଲୁଥିବା ଘର ଭୁଷୁଡ଼ିପଡ଼ିଛି । ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ଗତ ମାସରେ ଏହି କାରଖାନା ଉପରେ ଚଢ଼ାଉ କରାଯାଇ ଏହାର ମାଲିକଙ୍କ ବିରୋଧରେ ଗ୍ରହଣ କରାଯାଇଥିଲା । ତେବେ କାର୍ଯ୍ୟାନୁଷ୍ଠାନ ସତ୍ୱେ ପୁଣି ଏଠାରେ କେମିତି ବାଣ ତିଆରି କରାଯାଉଥିଲା, ତାକୁ ନେଇ ପ୍ରଶ୍ନ ଉଠିଛି । ଏହି ବିସ୍ଫୋରଣ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ମୃତ ବ୍ୟକ୍ତିଙ୍କ ପରିବାରକୁ ଅଢ଼େଇ ଲକ୍ଷ ଟଙ୍କାର ସହାୟତା ଘୋଷଣା ହୋଇଛି ।

You May Also Like

More From Author

+ There are no comments

Add yours