ଆଜି ଶପଥ ନେବେ ନୂଆ ବିଧାୟିକା ଦୀପାଳି ଦାସ

ଶବ୍ଦ ଓଡିଶା ବ୍ୟୁରୋ: ଆଜି ଶପଥ ଗ୍ରହଣ କରିବେ ଝାରସୁଗୁଡାର ନୂଆ ବିଧାୟକ ଦୀପାଳି ଦାସ । ରାଜ୍ୟ ବିଧାନସଭାରେ ବିଧାୟିକା ଭାବେ ଶପଥ ନେବେ ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି । ଦିନ ୧୦ଟା ୩୦ରେ ଉପବାଚସ୍ପତି ଦୀପାଳିଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବେ । ବାଚସ୍ପତି ବିକ୍ରମ କେଶରୀ ଆରୁଖ ଇସ୍ତଫା ଦେଇଥିବାରୁ ଉପବାଚସ୍ପତି ରଜନିକାନ୍ତ ସିଂହ ତାଙ୍କୁ ବିଧାୟିକା ଭାବେ ଶପଥପାଠ କରାଇବେ ।
ବିଧାନସଭା ସଚିବାଳୟ ପକ୍ଷରୁ ସବୁ ପ୍ରସ୍ତୁତି ଶେଷ ହୋଇଛି । ତେବେ ଗତକାଲି ସନ୍ଧ୍ୟାରେ ଭୁବନେଶ୍ୱରରେ ଆସି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ଦୀପାଳି ଦାସ । ସେ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ସହ ବାପା ଛାଡ଼ିଯାଇଥିବା ଅଧୁରା କାମକୁ ସେ ପୂରଣ କରିବେ । ଗତକାଲି ଝାରସୁଗୁଡ଼ା ନିର୍ବାଚନରେ ରେକର୍ଡ ସଂଖ୍ୟକ ଭୋଟରେ ବିଜୟୀ ହୋଇଛନ୍ତି ଦୀପାଳି ଦାସ ।

You May Also Like

More From Author

+ There are no comments

Add yours