ସ୍ୱତନ୍ତ୍ର ପରେଡରେ ସାମିଲ ହେବେ ମହିଳା!

ଦିନକୁ ଦିନ ଆହୁରି ସଶକ୍ତ ହେଉଛନ୍ତି ଦେଶର ନାରୀ। ଏହାକୁ ବଜାୟ ରଖିବା ତଥା ଦେଶରେ ନାରୀ ଶକ୍ତିକୁ ଆଗକୁ ନେବାକୁ ପ୍ରୟାସ କରାଯାଉଛି । ଆସନ୍ତା ବର୍ଷ ଗଣତନ୍ତ୍ର ଦିବସରେ ପାଇଁ ସ୍ୱତନ୍ତ୍ର ପରେଡରେ ସାମିଲ ହେବେ ମହିଳା । ପ୍ରତିରକ୍ଷା ମନ୍ତ୍ରଣାଳୟ ଏ ନେଇ ଯୋଜନା କରୁଥିବା ସୂଚନା ମିଳିଛି। କର୍ତ୍ତବ୍ୟ ପଥରେ ଏଥର ଜଲୱା ଦେଖାଇବେ ଦେଶର ମହିଳା ଅଫିସରମାନେ । ମହିଳାମାନଙ୍କ ଦ୍ୱାରା ପ୍ରସ୍ତୁତ ସ୍ୱତନ୍ତ୍ର ମାର୍ଚ୍ଚ ପାଷ୍ଟ ଟିମ୍, ବ୍ୟାଣ୍ଡ୍ ଓ ଚିତାକର୍ଷକ କଳାକୌଶଳ ସାମିଲ କରିବା ପାଇଁ ଯୋଜନା କରାଯାଇଛି । ଏନେଇ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଗୃହ ବିଭାଗ, ସଂସ୍କୃତି ଓ ଅନ୍ୟାନ୍ୟ ମନ୍ତ୍ରଣାଳୟକୁ ସୂଚନା ଦିଆଯାଇସାରିଛି । ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଦେଶର ମହିଳାମାନଙ୍କୁ ନେତୃତ୍ୱର ସୁଯୋଗ ଦେବା ପାଇଁ ଏଭଳି ପ୍ରୟାସ କରାଯାଉଥିବା ଚର୍ଚ୍ଚା ହେଉଛି । 

You May Also Like

More From Author

+ There are no comments

Add yours