ଆଜି ରାଜ୍ୟର ୪ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା

ଶବ୍ଦ ଓଡିଶା ବ୍ୟୁରୋ: ଆଜି କାଳବୈଶାଖୀ ନେଇ ସତର୍କତା ଜାରି କରିଛି ପାଣିପାଗ ବିଭାଗ । ୪ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ଜିଲ୍ଲା ଗୁଡ଼ିକ ହେଲେ ମାଲକାନଗିରି, କୋରାପୁଟ, ରାୟଗଡ଼ା ଓ ଗଜପତି । ଏହି ସବୁ ଜିଲ୍ଲାରେ ଝଡ଼ପବନ ସହ ଘଡ଼ଘଡ଼ି ଓ ବର୍ଷା ହେବାର ସମ୍ଭାବନା ରହିଛି ।
୩୦ରୁ ୪୦ କିଲୋମିଟର ମଧ୍ୟରେ ପବନ ମଧ୍ୟ ବହିପାରେ । ଅନ୍ୟପଟେ ଆସନ୍ତା ୫ ତାରିଖରୁ ୧୧ ତାରିଖ ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି । ଦକ୍ଷିଣ ବଙ୍ଗୋପସାଗର ଓ ଶ୍ରୀଲଙ୍କା ପାଖରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ଏହା ଅବପାତର ରୂପ ନେବା ଆଶଙ୍କା ରହିଛି । ବାତ୍ୟାରେ ପରିଣତ ହେବ କି ନାହିଁ, ଏ ନେଇ କିଛି ସ୍ପଷ୍ଟ କରାଯାଇ ନାହିଁ ।

You May Also Like

More From Author

+ There are no comments

Add yours