Wed. Oct 14th, 2026

ଶବ୍ଦ ଓଡିଶା ବ୍ୟୁରୋ: ମହାନଦୀ ଟ୍ରିବ୍ୟୁନାଲ ଟିମର ଦ୍ୱିତୀୟ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନର ଆଜି ଦ୍ୱିତୀୟ ଦିନ । କ୍ଷେତ୍ର ପରିଦର୍ଶନ ସମୟରେ ମହାନଦୀ ଜଳ ପ୍ରବାହ ଓ ଏହାର ଅଞ୍ଚଳରେ ହୋଇଥିବା ବ୍ୟାରେଜ୍ ଯୋଗୁ ଜଳ ସଞ୍ଜୟ, ଉପଯୋଗ ଉପରେ ଟିମ୍ ସଦସ୍ୟ ନିରୀକ୍ଷଣ କରିଛନ୍ତି । ଟିମ୍ ସଦସ୍ୟ ଦୁର୍ଗ ଜିଲ୍ଲାର କୁମହାରୀ ଆନିକଟରୁ ଗତକାଲି କ୍ଷେତ୍ର ପରିଦର୍ଶନ ଆରମ୍ଭ କରିଥିଲେ । ଏହା ପରେ ହରଡି-୨ ଆନିକଟ, ସିୱରି ନାରାୟଣ ବ୍ୟାରେଜ୍, ତାଳଦେୱାରୀ ହସଦେବ ଆନିକଟ ପରିଦର୍ଶନ କରିଛନ୍ତି । ଏହି ଟିମ୍ ଦୁର୍ଗ ଜିଲ୍ଲାରେ ଥିବା କୁମହାରୀ ଆନିକଟ ପରିଦର୍ଶନ କରିବା ସମୟରେ ଓଡ଼ିଶା-ଛତିଶଗଡ଼ ଅଧିକାରୀଙ୍କ ମଧ୍ୟରେ କଥା କଟାକଟି ହୋଇଥିବା ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *