ପଞ୍ଜାବ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପରଲୋକ: ୨ଦିନିଆ ରାଷ୍ଟ୍ରୀୟ ଶୋକ

ଶବ୍ଦ ଓଡିଶା ବ୍ୟୁରୋ: ପଞ୍ଜାବ ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲଙ୍କ ପରଲୋକ । ଆସନ୍ତାକାଲି ହେବ ତାଙ୍କର ଶେଷକୃତ୍ୟ । ଭଟିଣ୍ଡା ମୋହାଲରି ବାଦଲ ଗାଁରେ ପ୍ରକାଶ ସିଂ ବାଦଲଙ୍କ ଅନ୍ତିମ ସଂସ୍କାର ହେବ । ମୃତ୍ୟୁବେଳକୁ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା । ୧୯୨୭ରେ ସେ ଜନ୍ମଗ୍ରହଣ କରିଥିଲେ । ଅସୁସ୍ଥତା କାରଣରୁ ପ୍ରକାଶ ସିଂ ବାଦଲଙ୍କୁ ସପ୍ତାହେ ତଳେ ପଞ୍ଜାବ ମୋହାଲିର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ସେ ଗତବର୍ଷ ଜୁନରେ ବି ହସପିଟାଲରେ ଭର୍ତ୍ତି ହୋଇଥିଲେ ।

ଗତ ଜାନୁଆରୀରେ ସେ କରୋନାରେ ଆକ୍ରାନ୍ତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ । ପ୍ରକାଶ ସିଂ ବାଦଲ ପାଞ୍ଚ ଥର ପଞ୍ଜାବର ମୁଖ୍ୟମନ୍ତ୍ରୀ ହୋଇଥିଲେ । ୧୯୪୭ରେ ରାଜନୀତିରେ ପାଦ ଥାପିଥିବା ପ୍ରକାଶ ସିଂ ବାଦଲ ସରପଞ୍ଚରୁ ମୁଖ୍ୟମନ୍ତ୍ରୀ ହୋଇପାରିଥିଲେ । ୧୯୫୭ରେ ସେ ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନ ଲଢିଥିଲେ । ୧୯୬୯ରେ ସେ ନିର୍ବାଚନ ଜିତିଥିଲେ । ୧୯୭୦-୭୧, ୧୯୭୭-୮୦, ୧୯୯୭-୨୦୦୨ ଯାଏଁ ସେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଥିଲେ । ଗତବର୍ଷ ବିଧାନସଭା ନିର୍ବାଚନ ଲଢି ହାରିଯାଇଥିଲେ ପ୍ରକାଶ ସିଂହ ବାଦଲ । ତାଙ୍କ ପରଲୋକରେ ଅନେକ ନେତା ଅନେକ ଶୋକ ପ୍ରକାଶ କରିଛନ୍ତି ।

You May Also Like

More From Author

+ There are no comments

Add yours