ଟ୍ୱିଟରରୁ ବ୍ଲୁ ଟିକ୍ ହଟାଇଲେ ମସ୍କ

ଟ୍ୱିଟରରୁ ବ୍ଲୁ ଟିକ୍ ହଟାଇଲେ ଏଲନ ମସ୍କ। ପୂର୍ବ ଘୋଷଣା ଅନୁଯାୟୀ ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ବିଟର ଏହାର ଟ୍ବିଟର ଆକାଉଣ୍ଟରୁ ଫ୍ରି ବ୍ଲୁ ଟିକ୍ ହଟାଇଛି। ଯେଉଁମାନେ ଟ୍ବିଟର ବ୍ଲୁ ପ୍ଲାନ୍ ନେଇନାହାଁନ୍ତି ତାଙ୍କର ଆକାଉଣ୍ଟରୁ ବ୍ଲୁ ଟିକ୍ ହଟିଛି। ଏଥିରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ପୂର୍ବତନ ଭାରତୀୟ କ୍ୟାପ୍ଟେନ ବିରାଟ କୋହଲି, କ୍ରିକେଟର ରୋହିତ ଶର୍ମା, ଅଭିନେତା ଶାହରୁଖ ଖାନ୍, ଅକ୍ଷୟ କୁମାର, ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ଭଳି ସେଲିବ୍ରିଟି ସାମିଲ ଅଛନ୍ତି।

କମ୍ପାନୀର ମାଲିକ ଏଲନ ମସ୍କ ଏହାର ଘୋଷଣା କରିଥିଲେ ଯେ ୨୦ ଏପ୍ରିଲ୍‌ ପରଠାରୁ ଏଭଳି ଆକାଉଣ୍ଟରୁ ବ୍ଲୁ ଟିକ୍ ହଟାଯିବ। ଏଲନ ମସ୍କ ବ୍ଲୁ ଟିକ୍ ପାଇଁ ମାସିକ୍ ପ୍ଲାନ୍ ନେବାକୁ ହେବାକୁ ବୋଲି ମଧ୍ୟ କହିଥିଲେ। କେବଳ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନୁହେଁ ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ, ବିଜେପି ରାଜ୍ୟ ସଭାପତି ଭୂପେନ୍ଦ୍ର ସିଂହ ଚୌଧୁରୀଙ୍କ ସରକାରରେ ଥିବା ଅନ୍ୟ ମନ୍ତ୍ରୀ, ବସପା ସୁପ୍ରିମୋ ମାୟାବତୀ, ରାଜନୀତିକ ଦଳର ନେତାଙ୍କର ମଧ୍ୟ ଟ୍ବିଟର ଆକାଉଣ୍ଟରୁ ବ୍ଲୁ ଟିକ୍ ହଟାଯାଇଛି। ମସ୍କ ଟ୍ବିଟର କିଣିବା ପରଠାରୁ ଅନେକ ନିଷ୍ପତ୍ତି ନେଇଥିଲେ, ଯେଉଁଥିରେ ଟ୍ବିଟର ବ୍ଲୁ ସବସ୍କ୍ରିପସନ ମଧ୍ୟ ସାମିଲ୍‌ ରହିଛି। ଟ୍ବିଟର ବ୍ଲ ସବସ୍କ୍ରିପ୍ସନ ଅନୁଯାୟୀ, ବ୍ଲୁ ଟିକ୍ ପାଇଁ ୟୁଜର୍ସଙ୍କୁ ପ୍ରତିମାସରେ ଏକ ନିର୍ଦ୍ଧାରିତ ରାଶି ଦେବାକୁ ହେବ। ଟ୍ବିଟର ବ୍ଲୁର ଭାରତରେ ମୋବାଇଲ ପାଇଁ ପ୍ରତିମାସରେ ୯୦୦ ଟଙ୍କା ଏବଂ ଓ୍ବେବ ପାଇଁ ୬୫୦ ଟଙ୍କା ରହିଛି।

You May Also Like

More From Author

+ There are no comments

Add yours