ପ୍ରଥମ ଗୁଇନ୍ଦା ସାଟେଲାଇଟ୍ ଉତକ୍ଷେପଣ କରିବ ଉତ୍ତର କୋରିଆ

ନିଜର ପ୍ରଥମ ଗୁଇନ୍ଦା ସାଟେଲାଇଟ୍ ଉତକ୍ଷେପଣ କରିବାକୁ ଯାଉଛି ଉତ୍ତର କୋରିଆ । ଦେଶର ଏକଛତ୍ରବାଦ ଶାସକ କିମ ଜୋଙ୍ଗ ଉନ ନିଜ ଅଧିକାରୀଙ୍କୁ ସାଟେଲାଇଟ୍ ଲଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବୁଧବାର ଉତ୍ତର କୋରିଆର ସରକାରୀ ନ୍ୟୁଜ ଏଜେନ୍ସି କୋରିଆୟୀ କେନ୍ଦ୍ରୀୟ ସମାଚାର ଏଜେନ୍ସି ଏହି ସୂଚନା ଦେଇଛି ।ଦେଶର ସୈନ୍ୟ ଶକ୍ତି ବଢାଇବା ସହ ଆମେରିକା ଏବଂ ଦକ୍ଷିଣ କୋରିଆରୁ ଥିବା ବିପଦର ମୁକାବିଲା ପାଇଁ ଉତ୍ତର କୋରିଆର ଏହି ସାଟେଲାଇଟକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଧରାଯାଉଛି ।ଉତ୍ତର କୋରିଆ ଗତ ବର୍ଷ ଡିସେମ୍ୱରରେ ସ୍ପାଇ ସାଟେଲାଇଟର ଗୁରୁତ୍ୱପୂର୍ଣ୍ଣ ଏବଂ ଶେଷ ପରୀକ୍ଷଣ କରିଥିଲା । ଏବଂ ଚଳତ ବର୍ଷ ଏପ୍ରିଲରେ ଏହାକୁ ଉତକ୍ଷେପଣ କରିବା ପାଇଁ ନିଷ୍ପତ୍ତି ଥିଲା । ଦେଶର ସମାଚାର ଏଜେନ୍ସି କେସିଏନଏ ଅନୁସାରେ ଏପ୍ରିଲ ୧୮ରେ କିମ ଜୋଙ୍ଗ ଉନ ରାଷ୍ଟ୍ରୀୟ ମହାକାଶ ବିକାଶ ଏଜେନ୍ସି ଗସ୍ତ କରିଥିଲେ । ଏହି ଅବସରରେ ଯୋଜନା ଅନୁସାରେ ସ୍ପାଇ ସାଟେଲାଇଟ୍ ଲଞ୍ଚ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । କିମ ଜୋଙ୍ଗ ଉନ କହିଛନ୍ତି ଯେ ଦେଶର ଗୁଇନ୍ଦା କ୍ଷମତାକୁ ବଢାଇବା ପାଇଁ ଏପରି ସାଟେଲାଇଟର ପରିଚାଳନା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ ।ଏହା ପୂର୍ବରୁ ଗତ ବର୍ଷ ଡିସେମ୍ୱରରେ ଉତ୍ତର କୋରିଆ ଦୁଇ ମଧ୍ୟମ ଦୂରଗାମୀ ବାଲିଷ୍ଟିକ୍ ମିଜାଇଲ ପରୀକ୍ଷଣ କରିଥିଲା । ଦକ୍ଷିଣ କୋରିଆ ଏବଂ ଜାପାନ ଏହା ସ୍ପଷ୍ଟ କରିଥିଲେ । ଉତ୍ତର କୋରିଆ, ଦକ୍ଷିଣ କୋରିଆର ରାଜଧାନୀ ସିଓଲ ଏବଂ ଏହାର ନିକଟବର୍ତ୍ତୀ ବନ୍ଦର ସହର ଇଂଚିୟୋନରେ ମିଜାଇଲ ଲଞ୍ଚ କରିଥିଲା ।

You May Also Like

More From Author

+ There are no comments

Add yours