Wed. Oct 14th, 2026
This picture taken on April 18, 2023 and released from North Korea's official Korean Central News Agency (KCNA) on April 19, 2023 shows North Korean leader Kim Jong Un (R) and his daughter, presumed to be named Ju Ae (2nd R), inspecting the National Aerospace Development Administration (NADA) at an undisclosed place in North Korea. (Photo by KCNA VIA KNS / AFP) / South Korea OUT / ---EDITORS NOTE--- RESTRICTED TO EDITORIAL USE - MANDATORY CREDIT "AFP PHOTO/KCNA VIA KNS" - NO MARKETING NO ADVERTISING CAMPAIGNS - DISTRIBUTED AS A SERVICE TO CLIENTS / THIS PICTURE WAS MADE AVAILABLE BY A THIRD PARTY. AFP CAN NOT INDEPENDENTLY VERIFY THE AUTHENTICITY, LOCATION, DATE AND CONTENT OF THIS IMAGE --- /

ନିଜର ପ୍ରଥମ ଗୁଇନ୍ଦା ସାଟେଲାଇଟ୍ ଉତକ୍ଷେପଣ କରିବାକୁ ଯାଉଛି ଉତ୍ତର କୋରିଆ । ଦେଶର ଏକଛତ୍ରବାଦ ଶାସକ କିମ ଜୋଙ୍ଗ ଉନ ନିଜ ଅଧିକାରୀଙ୍କୁ ସାଟେଲାଇଟ୍ ଲଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବୁଧବାର ଉତ୍ତର କୋରିଆର ସରକାରୀ ନ୍ୟୁଜ ଏଜେନ୍ସି କୋରିଆୟୀ କେନ୍ଦ୍ରୀୟ ସମାଚାର ଏଜେନ୍ସି ଏହି ସୂଚନା ଦେଇଛି ।ଦେଶର ସୈନ୍ୟ ଶକ୍ତି ବଢାଇବା ସହ ଆମେରିକା ଏବଂ ଦକ୍ଷିଣ କୋରିଆରୁ ଥିବା ବିପଦର ମୁକାବିଲା ପାଇଁ ଉତ୍ତର କୋରିଆର ଏହି ସାଟେଲାଇଟକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଧରାଯାଉଛି ।ଉତ୍ତର କୋରିଆ ଗତ ବର୍ଷ ଡିସେମ୍ୱରରେ ସ୍ପାଇ ସାଟେଲାଇଟର ଗୁରୁତ୍ୱପୂର୍ଣ୍ଣ ଏବଂ ଶେଷ ପରୀକ୍ଷଣ କରିଥିଲା । ଏବଂ ଚଳତ ବର୍ଷ ଏପ୍ରିଲରେ ଏହାକୁ ଉତକ୍ଷେପଣ କରିବା ପାଇଁ ନିଷ୍ପତ୍ତି ଥିଲା । ଦେଶର ସମାଚାର ଏଜେନ୍ସି କେସିଏନଏ ଅନୁସାରେ ଏପ୍ରିଲ ୧୮ରେ କିମ ଜୋଙ୍ଗ ଉନ ରାଷ୍ଟ୍ରୀୟ ମହାକାଶ ବିକାଶ ଏଜେନ୍ସି ଗସ୍ତ କରିଥିଲେ । ଏହି ଅବସରରେ ଯୋଜନା ଅନୁସାରେ ସ୍ପାଇ ସାଟେଲାଇଟ୍ ଲଞ୍ଚ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । କିମ ଜୋଙ୍ଗ ଉନ କହିଛନ୍ତି ଯେ ଦେଶର ଗୁଇନ୍ଦା କ୍ଷମତାକୁ ବଢାଇବା ପାଇଁ ଏପରି ସାଟେଲାଇଟର ପରିଚାଳନା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ ।ଏହା ପୂର୍ବରୁ ଗତ ବର୍ଷ ଡିସେମ୍ୱରରେ ଉତ୍ତର କୋରିଆ ଦୁଇ ମଧ୍ୟମ ଦୂରଗାମୀ ବାଲିଷ୍ଟିକ୍ ମିଜାଇଲ ପରୀକ୍ଷଣ କରିଥିଲା । ଦକ୍ଷିଣ କୋରିଆ ଏବଂ ଜାପାନ ଏହା ସ୍ପଷ୍ଟ କରିଥିଲେ । ଉତ୍ତର କୋରିଆ, ଦକ୍ଷିଣ କୋରିଆର ରାଜଧାନୀ ସିଓଲ ଏବଂ ଏହାର ନିକଟବର୍ତ୍ତୀ ବନ୍ଦର ସହର ଇଂଚିୟୋନରେ ମିଜାଇଲ ଲଞ୍ଚ କରିଥିଲା ।

Leave a Reply

Your email address will not be published. Required fields are marked *