ବର୍ଷର ପ୍ରଥମ ସୂର୍ଯ୍ୟପରାଗ ଆସନ୍ତାକାଲି ୨୦ ଏପ୍ରିଲ ପଡୁଛି। ଏହା ସକାଳ ୭ଟା ୫ ମିନିଟରୁ ଆରମ୍ଭ ଦ୍ୱିପ୍ରହର ୧୨ଟା ୨୯ ମିନିଟରେ ଶେଷ ହେବ । ସୂର୍ୟ୍ୟପରାଗ ହେଉ ଅବା ଚନ୍ଦ୍ରଗ୍ରହଣ ଏସବୁ ସମୟରେ ସ୍ୱାସ୍ଥ୍ୟ ପ୍ରତି ଥିବା ପ୍ରଭାବ ବିଷୟରେ ବୟସ୍କମାନେ ପ୍ରାୟତଃ ଆମକୁ କୁହନ୍ତି ।
ଆଶିଂକ, ପୂର୍ଣ୍ଣ ଏବଂ କୁଣ୍ତଳାକାର ପାରଗକୁ ହାଇବ୍ରିଡ୍ ସୂର୍ଯ୍ୟ ପରାଗ ବୋଲି କୁହାଯାଏ । ଏପରି ପରାଗ ପ୍ରତି ଶହେ ବର୍ଷରେ ଥରେ ଦେଖିବା ପାଇଁ ମିଳିଥାଏ । ଏହି ସୂର୍ଯ୍ୟ ପରାଗ ଲାଗିବା ସମୟରେ ଚନ୍ଦ୍ର ପୃଥିବୀଠୁ ନା ଦୂରରେ ଥାଏ ନା ଅତି ନିକଟରେ ଥାଏ । ତେବେ ଏହି ସୂର୍ଯ୍ୟ ପରାଗ ସମୟରେ ସୂର୍ଯ୍ୟ ଏକ ରିଙ୍ଗ ପରି ଦେଖାଯାଆନ୍ତି । ଯେଉଁଥି ପାଇଁ ଏହାକୁ ରିଙ୍ଗ୍ ଅଫ ଫାୟାର ବୋଲି ମଧ୍ୟ କୁହାଯାଏ ।
ଭାରତୀୟ ସମୟ ଅନୁସାରେ ଏହି ସୂର୍ଯ୍ୟପରାଗର ପ୍ରଭାବ ଏପ୍ରିଲ୍ ୨୦ ସକାଳ ୭.୪ ରୁ ଦିନ ୧୨.୨୯ ପର୍ଯ୍ୟନ୍ତ ରହିବ । ଏହାର ମୋଟ୍ ଅବଧି ୫ ଘଣ୍ଟା ୨୫ ମିନିଟ୍ ।
ଏପ୍ରିଲ୍ ୨୦ ରେ ଏହି ସୂର୍ଯ୍ୟ ପରାଗ ଦକ୍ଷିଣ ପ୍ରଶାନ୍ତ ମହାସାଗର ଦେଶ ଚୀନ୍, ଆମେରିକା, ମାଲେସିଆ, ଜାପାନ, ସାମୋଆ, ଫିଜି, ସିଙ୍ଗାପୁର, ଥାଇଲ୍ୟାଣ୍ଡ, ଅଷ୍ଟ୍ରେଲିଆ, ଆଣ୍ଟାର୍କଟିକା, ନ୍ୟୁଜିଲ୍ୟାଣ୍ଡ, ଭିଏତନାମ, ତାଇୱାନ, ଇଣ୍ଡୋନେସିଆ, ଫିଲିପାଇନ୍ସ, ଦକ୍ଷିଣ ଭାରତ ମହାସାଗରରେ ଦୃଶ୍ୟମାନ ହେବ। ଭାରତରେ ଏହାର ଦୃଶ୍ୟମାନ ହେବ ନାହିଁ ।