ଚୁକ୍ତିଭିତିକ ଶିକ୍ଷକଙ୍କ ପାଇଁ ଖୁସି ଖବର, ନିୟମିତ ହେବେ ଶିକ୍ଷକ

ଶବ୍ଦ ଓଡିଶା ବ୍ୟୁରୋ: ନିୟମିତ ହେବେ ଚୁକ୍ତିଭିତିକ ଶିକ୍ଷକ । ୬ ମାସ ପରେ ନିଷ୍ପତି ନେଲା ଗଣଶିକ୍ଷା ବିଭାଗ । ଉପକୃତ ହେବେ ୧୮ ହଜାରରୁ ଅଧିକ ଶିକ୍ଷକ । ନିୟମିତ ଦାବିରେ ୧୩ ଦିନ ଧରି ଧାରଣାରେ ବସିଥିଲେ ଚୁକ୍ତିଭିତିକ ଶିକ୍ଷକ ସଂଘ । ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ସୂଚନାଯୋଗ୍ୟ, ଗତ ସପ୍ତାହରେ ରାଜ୍ୟର ପ୍ରାୟ ୧୮ହଜାରରୁ ଅଧିକ ହାଇସ୍କୁଲ ଚୁକ୍ତିଭିତ୍ତିକ ଶିକ୍ଷକମାନେ ବିଧାନସଭା ସମ୍ମୁଖରେ ଆନ୍ଦୋଳନ କରିଥିଲେ । ରାଜ୍ୟ ସରକାର ଚୁକ୍ତିଭିତ୍ତିକ ବ୍ୟବସ୍ଥା ଉଚ୍ଛେଦ କରିଥିଲେ ମଧ୍ୟ ବିଭିନ୍ନ କାରଣରୁ ଚୁକ୍ତିଭିତ୍ତିକ ଶିକ୍ଷକମାନଙ୍କ ଚାକିରିକୁ ନିୟମିତ କରିବା ନେଇ ବିଜ୍ଞପ୍ତି ପ୍ରକାଶ କରିନଥିଲେ ।

You May Also Like

More From Author

+ There are no comments

Add yours